କୋଭିଡ୍ ନିୟମ ନମାନି ବନ୍ଧା ହେଲେ ବର

ଆଳି, ଖଲ୍ଲିକୋଟ: ମହଙ୍ଗା ପଡ଼ିଲା କୋଭିଡ୍ ନିୟମ ଉଲ୍ଲଂଘନ। କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅଞ୍ଚଳର ଜୁଆଣିଆରେ ମହାମାରୀ ଆଇନ ଭାଙ୍ଗି ବାହାଘର ଆୟୋଜନ ଓ ୫ଶହରୁ ଅଧିକ ଲୋକଙ୍କୁ ନେଇ ସଭା କରିବା ମାମଲାରେ ଜଣେ କଣ୍ଟ୍ରାକ୍ଟରଙ୍କ ସମେତ ୫ ଗିରଫ।

ଗତ ୨୫ ତାରିଖରେ କଣ୍ଟ୍ରାକ୍ଟର ହରେକୃଷ୍ଣ ଧଳ ନିଜ ବାହାଘର ଉତ୍ସବରେ ଶତାଧିକ ଲୋକଙ୍କ ଗହଣରେ ବାଜା ଓ ଡିଜେ ବଜାଇ ରୋଷଣୀ କରିଥିଲେ। ବାହାଘର ଓ ସଭାରେ କୋଭିଡ୍ ନିୟମ ଭାଙ୍ଗିଥିବା ଭିଜୁଆଲ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହି ଦୁଇ ଘଟଣାରେ ଆଳି ପୋଲିସ କଣ୍ଟ୍ରାକ୍ଟରଙ୍କ ସମେତ ୫ ଜଣଙ୍କୁ ଗିରଫ କରିଛି।

ସେହିପରି କୋଭିଡ୍ ନିୟମ ନମାନି ଚାଲିଥିବା ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ପଣ୍ଡ କଲା ପୋଲିସ। ପୋତାଗଲା ହଣ୍ଡା ହଣ୍ଡା ଖାଦ୍ୟ। ଏଭଳି ଘଟଣା ଘଟିଛି ଗଂଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ବାକୁଟୁ ଗାଁରେ। ଗାଁରେ ମାଆ ବାହୁତୀ ମନ୍ଦିର ପ୍ରତିଷ୍ଠା ପାଇଁ ଶତାଧିକ ଲୋକ ସମାଗମ ହେବା ଶହ ହଜାରେରୁ ଅଧିକ ଲୋକଙ୍କ ପାଇଁ ଭୋଜିଭାତର ଆୟୋଜନ ହୋଇଥିଲା ପୋଲିସ। ଏନେଇ ଖବର ପାଇବା ପରେ ଥାନା ଅଧିକାରୀ ଓ ଅତିରିକ୍ତ ତହସିଲଦାର ଚଢାଉ କରିଥିଲେ।

ପ୍ରଶାସନକୁ ଦେଖି ଉପସ୍ଥିତ ଲୋକେ ଦୌଡ଼ି ପଳାଇଥିଲେ। ପ୍ରଶାସନ ରନ୍ଧା ଖାଦ୍ୟକୁ ଜବତ କରି ପୋତି ଦେଇଥିବା ଜଣାପଡ଼ିଛି। ତେବେ ଏହି ଘଟଣାରେ କାହାକୁ ଗିରଫ କରାଯାଇନାହିଁ। କରୋନା ପାଇଁ ଏତେ କଟକଣା ଓ ସଚେତନା କରାଯାଉଥିଲେ ବି ଲୋକେ ଏତେ ସଂଖ୍ୟାରେ ଏକାଠି ହେବା ସମସ୍ତଙ୍କ ଜୀବନକୁ ବିପନ୍ନ କରିପାରେ।

You might also like