‘ନିର୍‌ତାର’ ନିର୍ଦ୍ଦେଶକଙ୍କୁ ମାଡ଼ ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କ ସହ ୫ ଗିରଫ

କଟକ :  କଟକ ‘ନିର୍‌ତାର’ ନିର୍ଦ୍ଦେଶକଙ୍କୁ ମାଡ଼ ଘଟଣାରେ ୫ ଜଣଙ୍କୁ ଗିରଫ କରିଛି ଓଲଟପୁର ପୁଲିସ।  ଘଟଣାରେ ମୁଖ୍ୟ ଅଭିଯୁକ୍ତ ଲକ୍ଷ୍ମୀଧର ମଲ୍ଲିକଙ୍କ  ସହ ୫ ଜଣଙ୍କୁ ଗିରଫ କରିଛି ପୁଲିସ। ସେମାନଙ୍କ ଠାରୁ ପୁଲିସ ଗୋଟିଏ ପିସ୍ତଲ ସହ ୨ଟି ବାଇକ୍‌ ଏବଂ ୫ଟି ମୋବାଇଲ ଜବତ କରିଛି।

ଘଟଣାର ମୁଖ୍ୟ ଅଭିଯୁକ୍ତ ଲକ୍ଷ୍ମୀଧର ମଲ୍ଲିକ ‘ନିର୍‌ତାର’ର କ୍ୟାଣ୍ଟିନର ଜଣେ କର୍ମଚାରୀ ବୋଲି ଜଣାପଡିଛି। ଘଟଣାରେ ଅନ୍ୟଜଣେ ଅଭିଯୁକ୍ତ ବି ନିରତାରର କର୍ମଚାରୀ ବୋଲି ଗ୍ରାମାଞ୍ଚଳ ଏସପି ସୂଚନା ଦେଇଛନ୍ତି।

ଗତ ୩ ତାରିଖରେ ନିର୍ଦ୍ଦେଶକଙ୍କ ଉପରକୁ ଆକ୍ରମଣ ହୋଇଥିଲା। ନିରତାରର ନିର୍ଦ୍ଦେଶକ ଅଫିସରୁ ଫେରୁଥିବା ବେଳେ ତାଙ୍କ ଗାଡ଼ି ଉପରକୁ ଆକ୍ରମଣ ହୋଇଥିଲା। ଅଭିଯୁକ୍ତ ଲକ୍ଷ୍ମୀଧର ମଲ୍ଲିକ  ନିରତାରର ନିର୍ଦ୍ଦେଶକଙ୍କୁ ଧମକାଇବା ଲାଗି  କିଛି ଲୋକଙ୍କୁ ଟଙ୍କା ଦେଇଥିବା କହିଛନ୍ତି ଏସପି।

You might also like