ବୁଥ୍ ଅଭିମୁଖେ ପୋଲିଂ ପାର୍ଟି

ଆସନ୍ତା ୨୯ ତାରିଖରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ

ଭୁବନେଶ୍ୱର : ଆସନ୍ତା ୨୯ ତାରିଖରେ ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ମତଦାନ। ୬ଟି ଲୋକସଭା ଏବଂ ଏହା ଅନ୍ତର୍ଗତ ୪୧ଟି ବିଧାନସଭାରେ ହେବ ମତଦାନ। ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଯାଇଛି।

ଯାଜପୁର ଜିଲ୍ଲାର ବିଭିନ୍ନ ବୁଥ୍‌କୁ ପୁଲିଂ ପାର୍ଟିଙ୍କୁ ପଠାଯାଉଛି। ସମସ୍ତ ପୁଲିଂ କର୍ମଚାରୀ ସ୍ଥାନୀୟ ଏନି କଲେଜ ପରିସରରୁ ଇଭିଏମ୍ ଓ ଭିବିପାର୍ଟ ମେସିନ୍ ସହିତ ଆବଶ୍ୟକ ସରଞ୍ଜାମ ନେଇ ନିଜ ନିଜ ବୁଥ୍‌କୁ ଯାଉଛନ୍ତି।

ସେହିପରି ଭଦ୍ରକ ଜିଲ୍ଲାରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ବୁଥ୍ ଗୁଡିକୁ ପୁଲିଂ ପାର୍ଟି ପଠାଇବା ଆରମ୍ଭ ହୋଇଯାଇଛି। ଅନ୍ୟପଟେ ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟ ପରିସରରେ ପୋଲିଂ ପାର୍ଟି ମାନଙ୍କୁ ଇଭିଏମ୍ ମେସିନ୍ ଓ ଅନ୍ୟାନ୍ୟ ସାମଗ୍ରୀ ପ୍ରଦାନ କରାଯାଇଛି। ପ୍ରଶାସନ ପକ୍ଷରୁ ସମ୍ବେଦନଶୀଳ ବୁଥ୍ ଗୁଡିକରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

You might also like