ଗଞ୍ଜାମ: କବିସୂର୍ଯ୍ୟନଗର ନାରାୟଣପୁର ଶାସନରେ ୪ମାସ ଶିଶୁର ସନ୍ଦେହଜନକ ମୃତ୍ୟୁ ହୋଇଛି। ପାରିବାରିକ କଳହରୁ ଶିଶୁପୁତ୍ରକୁ ନିଜେ ମାଆ ହତ୍ୟା କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି।
ଆଉ ଖୋଦ୍ ମହିଳାଙ୍କ ସ୍ୱାମୀ ତଥା ଶିଶୁର ବାପା ଏହିଭଳି ଅଭିଯୋଗ ଆଣିଛନ୍ତି। ଆଜି ଭୋର୍ ୪ଟା ସମୟରେ ପିଲାଟିର ମୃତ୍ୟୁ ହୋଇଥିଲା।
ସ୍ୱାମୀଙ୍କ ଅଭିଯୋଗକୁ ମହିଳା ଜଣକ ସମ୍ପୂର୍ଣ୍ଣ ଅସ୍ୱୀକାର କରିଥିବାବେଳେ ପିଲାଟି ଜ୍ୱରରେ ଆକ୍ରାନ୍ତ ହୋଇ ମୃତ୍ୟୁ ଘଟିଥିବା ସେ କହିଛନ୍ତି।
ପୁଲିସ୍ ଉଭୟ ସ୍ୱାମୀ-ସ୍ତ୍ରୀଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।