• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

ଭୁବନେଶ୍ୱର :  ସତର୍କତା, ସଚେତନତା ଓ ସଜାଗ ସତ୍ତ୍ୱେ ଫେଲ୍ ମାରିଲା ସରକାର ଆଉ ବୋର୍ଡ କର୍ତ୍ତୃପକ୍ଷଙ୍କ ସବୁ ଉଦ୍ୟମ। ଗତବର୍ଷ ଭଳି ଏଥର ବି ପ୍ରଥମ ଦିନରୁ ଭାଇରାଲ୍ ହୋଇଛି ମାଟ୍ରିକ୍‌ ପରୀକ୍ଷାର ପ୍ରଶ୍ନପତ୍ର।

କେତେବେଳେ ନୂଆପଡ଼ା ତ କେତେବେଳେ କାମାକ୍ଷାନଗର।  ଏ ମୋବାଇଲ୍‌ରୁ ସେ ମୋବାଇଲ୍ ଘୁରିବୁଲିଲା ମାଟ୍ରିକ୍‌ ପରୀକ୍ଷା ପ୍ରଶ୍ନପତ୍ର। ମାଟ୍ରିକ୍‌ ପରୀକ୍ଷାର ପ୍ରଥମ ଦିନରେ ହିଁ ମାତୃଭାଷା ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିଲା। ନୂଆପଡ଼ା ଏବଂ କାମାକ୍ଷାନଗରରେ ପରୀକ୍ଷା ଆରମ୍ଭ ହେବାର କେଇ ସମୟ ମଧ୍ୟରେ ଭାଇରାଲ୍ ହୋଇଥିଲା ପ୍ରଶ୍ନପତ୍ର।

ଗୋଟିଏ ପରୀକ୍ଷା ସରିବା ପରେ ଛାତ୍ରଛାତ୍ରୀଙ୍କ ଠାରୁ ହସ୍ତଗତ ହୋଇଥିବା ଓରିଜିନାଲ୍ ପ୍ରଶ୍ନପତ୍ରଟିକୁ ମେଳ କରାଯାଇଥିଲା ଭାଇରାଲ୍ ହୋଇଥିବା କୋଶ୍ଚିନ୍ ପେପର୍‌ ସହ।  ଉଭୟ ପୂରାପୂରି ଏକାପରି ପ୍ରଶ୍ନପତ୍ର ଥିଲା।

ସେପଟେ ଏହି ଘଟଣାରେ ଆରମ୍ଭ ହୋଇଛି କାର୍ଯ୍ୟାନୁଷ୍ଠାନ। ୪ଟି ପରୀକ୍ଷା କେନ୍ଦ୍ରର ସୁପରିଟେଣ୍ଡେଣ୍ଟ ଏବଂ ଇନଭିଜିଲେଟରଙ୍କୁ ଦାୟିତ୍ୱରୁ ନିଲମ୍ବିତ କରାଯିବା ସହ ସେମାନଙ୍କ ବିରୋଧରେ ଏତଲା ଦାୟାର ହୋଇଛି।

ଆଜିଠୁ ଆରମ୍ଭ ହୋଇଥିବା ମାଟ୍ରିକ୍‌ ପରୀକ୍ଷାରେ ଆଗକୁ ଆହୁରି ଅଛି ୫ଟି ବିଷୟର ପରୀକ୍ଷା। ଏଭଳି ସ୍ଥିତିରେ ଆଗକୁ ବୋର୍ଡ କର୍ତ୍ତୃପକ୍ଷ କିଭଳି ସୁରୁଖୁରୁରେ ପରୀକ୍ଷା ପରିଚାଳନା କରିବେ ତାକୁ ଲକ୍ଷ ଲକ୍ଷ ପରୀକ୍ଷାର୍ଥୀ ଓ ଅଭିଭାବକ ଚାହିଁ ବସିଛନ୍ତି।

ଘଟଣାକୁ ନେଇ ଛାତ୍ର ସଂଗଠନ ପକ୍ଷରୁ କଟକସ୍ଥିତ ବୋର୍ଡ ଅଫିସ୍‌ର ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଅପରପକ୍ଷରେ ଚିନ୍ତାରେ ପଡ଼ିଛନ୍ତି ପରୀକ୍ଷାର୍ଥୀ।

ଉଲ୍ଲେଖନୀୟ ଯେ, ଫେବୃୟାରୀ ୨୬, ୨୦୧୮ ମସିହା। ଗତବର୍ଷ ବି ଭାଇରାଲ୍ ହୋଇଥିଲା ମାଟ୍ରିକ୍‌ ପରୀକ୍ଷାର ଇଂରାଜୀ ପ୍ରଶ୍ନପତ୍ର। ବୋର୍ଡର ଅଭିଯୋଗ ପରେ ଭାଇରାଲକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଗଠନ ହୋଇଥିଲା କ୍ରାଇମ୍‌ବ୍ରାଞ୍ଚର ସ୍ୱତନ୍ତ୍ର ସ୍କ୍ୱାର୍ଡ। ଆଉ ଚଳିତ ବର୍ଷ ପ୍ରଶ୍ନପତ୍ର ଭାଇରାଲ୍ ଯେପରି ନହେବ ସେଥିପାଇଁ ଚାରି ଶହ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଖଞ୍ଜା ଯିବା ସହ ସେଣ୍ଟରରେ ମୋବାଇଲ୍ ବ୍ୟାନ୍ କରାଯାଇଛି।

ହେଲେ ତମାମ୍ ଯୋଜନା ସତ୍ତ୍ୱେ ପ୍ରଥମ ଦିନରୁ ହିଁ ଭାଇରାଲ୍ ହୋଇଛି ପ୍ରଶ୍ନପତ୍ର।

https://youtu.be/M_zTBIdiyxg

4centre-superintendents-4-invigilators-suspended-after-matric-exam-question-paper-viral
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories