୪୮ ଘଣ୍ଟା ପାଇଁ ସଟ୍‌ଡାଉନ୍‌ ହେବ ଏହି ଜିଲ୍ଲା

କୋରାପୁଟ: ୪୮ ଘଣ୍ଟା ପାଇଁ କୋରାପୁଟ ଜିଲ୍ଲା ସଟ୍‌ଡାଉନ୍ ଘୋଷଣା। ଆଜି ମଧ୍ୟରାତ୍ରରୁ ଅଗଷ୍ଟ ୧ ମଧ୍ୟରାତ୍ର ଯାଏ ୪୮ ଘଣ୍ଟା ପାଇଁ କୋରାପୁଟ ଜିଲ୍ଲାକୁ ସଟ୍‌ଡାଉନ୍ ଘୋଷଣା କରିଛନ୍ତି ଜିଲ୍ଲାପାଳ।

କରୋନା ସଂକ୍ରମଣ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି।
ଗତ ୨୪ ଘଣ୍ଟାରେ କୋରାପୁଟରୁ ୬୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ପରେ ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି।

ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୧,୨୦୩ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି।ଚିହ୍ନଟ ନୂଆ ୧,୨୦୩ ଆକ୍ରାନ୍ତଙ୍କ ମଧ୍ୟରୁ ୭୫୮ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୪୪୫  ରହିଛି।

You might also like