ଭୁବନେଶ୍ୱରରେ ରହିଛି ୪୬୩ଟି ବେଆଇନ ଆପାର୍ଟମେଣ୍ଟ
କାର୍ଯ୍ୟାନୁଷ୍ଠାନ କେବେ?
ଭୁବନେଶ୍ୱର: ରାଜଧାନୀରେ ରହିଛି ୪୬୩ଟି ବେଆଇନ ଆପାର୍ଟମେଣ୍ଟ। ଏଥିରୁ କିଛି ଆପାର୍ଟମେଣ୍ଟ ଗୁଡିକୁ ଡିମୋଲେସନ ପାସ୍ ହୋଇଥିବା ବେଳେ କିଛି ମାମଲା ଏବେ ବି ବିଚାରାଧୀନ ରହିଛି। ବିଧାନସଭାରେ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା। ବର୍ତ୍ତମାନ ସୁଦ୍ଧା ୧୬୪୩ଟି ଆପାର୍ଟମେଣ୍ଟକୁ ନିର୍ମାଣ ନକ୍ସା ରାଜ୍ୟ ସରକାର ଅନୁମୋଦନ କରିଛନ୍ତି।
ତେବେ ବେଆଇନ ଘୋଷଣା କରିଥିବା ଆପାର୍ଟମେଣ୍ଟ ଗୁଡିକୁ ସରକାର କାହିଁକି ବିଜୁଳି ଓ ପାଣି ଯୋଗାଇ ଦେଉଛନ୍ତି ସେହି ପ୍ରଶ୍ନର ଉତ୍ତରରେ ସରକାର ତଥ୍ୟ ସଂଗ୍ରହ କରୁଛନ୍ତି ବୋଲି କହିଛନ୍ତି ମନ୍ତ୍ରୀ ପ୍ରତାପ ଜେନା। ଅନ୍ୟ ପଟେ ବାରମ୍ବାର ସୁଯୋଗ ଦେଇ ମଧ୍ୟ କମ୍ପାଉଣ୍ଡିଂ ଫିସ୍ ଦେବାକୁ ପଡୁଥିବାରୁ କିଛି ବିଲ୍ଡର ଜାଣିଶୁଣି ରେଗୁଲାରାଇଜ କରୁନାହାନ୍ତି। ତେଣୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିହାତି ଆବଶ୍ୟକ ବୋଲି କହିଛନ୍ତି ଅନେକ ବିଲ୍ଡର।