ମାଲଗୋଦାମ ବେହେରା ସାହିରୁ ଆଉ ୪୬ କରୋନା ପଜିଟିଭ ଚିହ୍ନଟ
କଟକ: କଟକ ଟାଉନ୍ରୁ ଆଉ ୭୬ ପଜିଟିଭ ଚିହ୍ନଟ। ନୂଆ ଆକ୍ରାନ୍ତଙ୍କ ମଧ୍ୟରେ କଣ୍ଟେନମେଣ୍ଟ ଜୋନ୍ରୁ ୪୬ ଜଣ ଚିହ୍ନଟ ହୋଇଛନ୍ତି। ୭ ସରକାରୀ କ୍ୱାରେଣ୍ଟିନ୍, ୭ ହୋମ୍ କ୍ୱାରେଣ୍ଟିନ୍, ୧୬ ଲୋକାଲ କଣ୍ଟାକ୍ଟ କେସ୍ ରହିଛି। ଏନେଇ ଟ୍ୱିଟ୍ ସୂଚନା ଦେଇଛି କଟକ ମହାନଗର ନିଗମ।
ଏହି ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କେବଳ କଣ୍ଟେନମେଣ୍ଟ ଜୋନ୍ ଅର୍ଥାତ ମାଲଗୋଦାମ ବେହେରା ସାହିରୁ ୪୬। ଏମାନଙ୍କ ମଧ୍ୟରେ ମଧ୍ୟରେ ପୁରୁଷ ୧୬ ଓ ମହିଳା ୩୦ ଜଣ ଅଛନ୍ତି।
ସାହେବଜାଦା ବଜାରରୁ ୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦେଓ୍ବାନ ବଜାରରୁ ୩, ବକ୍ସିବଜାରରୁ ୨ ଲୋକାଲ କେସ୍ ଚିହ୍ନଟ ହୋଇଛନ୍ତି।
ଏମାନଙ୍କୁ ମିଶାଇ କଟକ ମହାନଗରରେ ଏଯାବତ୍ ୧୫୪୬ ଜଣ କରୋନାରେ ସଂକ୍ରମିତ ହେଲେଣି। ୭୨୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧୦ ଜଣଙ୍କ ମୃତ୍ୟୁ ହୋଇଛି। ଏବେବି ୭୭୩ ଆକ୍ଟିଭ କେସ୍ ରହିଛି।