ବିଗୁଡୁଛି ସ୍ଥିତି: ଭୁବନେଶ୍ୱର XIMB ରୁ ୪୫ କରୋନା ସଂକ୍ରମିତ ହେଲେ ଚିହ୍ନଟ
କାଲି ସମୀକ୍ଷା କରିବେ ନବୀନ
ଭୁବନେଶ୍ୱର: XIMBରେ ୪୫ସଂକ୍ରମିତ ଚିହ୍ନଟ। ଭୁବନେଶ୍ୱର XIMBରେ ୪୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ କୁମାର ଜେନା ଏନେଇ ସୂଚନା ଦେଇଛନ୍ତି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ଟ୍ରାଭେଲ ହିଷ୍ଟ୍ରି ଟ୍ରାକ୍ ହେଉଥିବା ନେଇ ମିଳିଛି ସୂଚନା। ସେପଟେ କରୋନା ସ୍ଥିତିକୁ ନେଇ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବେ ବୋଲି ଜଣାପଡିଛି।ପୁଣି ଥରେ ସରପଞ୍ଚ, ଆଶା, ଅଙ୍ଗନବାଡ଼ି କର୍ମୀଙ୍କୁ ଦାୟିତ୍ୱ ଦିଆଯିବ ବୋଲି ମଧ୍ୟ ସୂଚନା ମିଳିଛି। ସେମାନେ ଗାଁକୁ ଆସୁଥିବା ବାହାର ଲୋକଙ୍କ ଉପରେ ନଜର ରଖିବେ, ଯାହାଦ୍ୱାରା କରୋନା ନିୟନ୍ତ୍ରଣରେ ରହିବ ବୋଲି ଜଣାପଡିଛି।
#XIMBରେ_୪୫_ସଂକ୍ରମିତ
ଭୁବନେଶ୍ୱର XIMBରେ ୪୫ କରୋନା ସଂକ୍ରମିତ ଚିହ୍ନଟ।
ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ କୁମାର ଜେନା ଦେଲେ ସୂଚନା,
XIMBରୁ ୪୫ ସଂକ୍ରମିତ ଚିହ୍ନଟ, ଟ୍ରାଭେଲ ହିଷ୍ଟ୍ରି ଟ୍ରାକ୍ ହେଉଥିବା ନେଇ ମିଳିଛି ସୂଚନା#CoronaVirus #COVID19 #Bhubaneswar #OTV pic.twitter.com/149cCva241— ଓଟିଭି (@otvkhabar) March 22, 2021
କଟକ ପରେ ଭୁବନେଶ୍ୱରରେ ଚିନ୍ତା ବଢ଼ାଇଲା କରୋନା। ରାଜଧାନୀ ଭୁବନେଶ୍ୱର ସ୍ଥିତ ଘରୋଇ ଶିକ୍ଷାନୁଷ୍ଠାନ XIMBରୁ ୪୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍(BMC) ଶିକ୍ଷାନୁଷ୍ଠାନକୁ ସିଲ୍ କରିଛି ଚନ୍ଦ୍ରଶେଖରପୁର ଅଞ୍ଚଳରେ ଏହି ଘରୋଇ ମ୍ୟାନେଜମେଣ୍ଟ ଶିକ୍ଷାନୁଷ୍ଠାନ ଅଛି। ତେବେ କେଉଁ ପରିସ୍ଥିତିରେ ହଠାତ୍ ଏକେ ସଂକ୍ରମିତ ଚିହ୍ନଟ ହେଲେ ସେନେଇ କାରଣ ଖୋଜା ମଧ୍ୟ ଚାଲିଛି। ଗୋଟିଏ ପଟେ କରୋନାକୁ ନିୟନ୍ତ୍ରଣ କରିବାକୁ ରାଜ୍ୟ ସରକାର ପଦକ୍ଷେପ ନେଉଥିବା ବେଳେ ସଂକ୍ରମଣ ବଢିବାରେ ଲାଗିଛି।
ସେପଟେ ରାଜ୍ୟରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୪୬ ନୂଆ ଆକ୍ରାନ୍ତ ଚିହ୍ନଟ୧୪୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହାକୁ ନେଇ ଚିନ୍ତା ବଢ଼ିଛି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍ରୁ ୮୭ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍ ୫୯ ରହିଛି।
Covid-19 Report For 21st March
New Positives Cases: 146
In quarantine: 87
Local contacts: 59(Details of local contacts will be shared by concerned District Administration)
District Wise Cases:
1. Angul: 3
2. Balasore: 4
3. Bargarh: 3
4. Balangir: 9
5. Cuttack: 25— I & PR Department, Odisha (@IPR_Odisha) March 22, 2021
ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ପରେ କଟକରୁ ୨୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ କରାଯାଇ ସୂଚନା ଦିଆଯାଇଛି।