ରିଜର୍ଭ ପୁଲିସ୍ ଅସ୍ତ୍ରାଗାରରୁ ଲୁଟ୍ ହୋଇଥିବା ୪୫ଟି ଗୁଳି ଉଦ୍ଧାର
ସୁନ୍ଦରଗଡ଼: ସୁନ୍ଦରଗଡ଼ ରିଜର୍ଭ ପୁଲିସ୍ ଅସ୍ତ୍ରାଗାରରୁ ଲୁଟ୍ ହୋଇଥିବା ୪୫ଟି ଗୁଳି ଉଦ୍ଧାର କରାଯାଇଛି। ଲୁଟ୍ରେ ଜଣେ କନଷ୍ଟେବଲଙ୍କ ସଂପୃକ୍ତି ଥିବା ସନ୍ଦେହ କରାଯାଉଛି। ଏହାକୁ ନେଇ ଜଣେ କନଷ୍ଟେବଲଙ୍କୁ ଅଟକ ରଖାଯାଇ ପଚରାଉଚରା ଚାଲିଛି। ଲୁଟ୍ରେ ଆଉ ଜଣେ ସାମିଲ ଥିବା ମଧ୍ୟ ସୂଚନା ମିଳିଛି। ଅନ୍ୟ ଜଣେ ଅଭିଯୁକ୍ତକୁ ଗିରଫ କରିବା ପାଇଁ ପୁଲିସ୍ ଛାନ୍ଭିନ୍ କରୁଛି। ଗତ ୨୮ତାରିଖରେ ରିଜର୍ଭ ଅସ୍ତ୍ରାଗାରରୁ ୬୦ଟି ଗୁଳି ଲୁଟ୍ ହୋଇଥିଲା। ଏଥିରୁ ୪୫ଟି ଗୁଳି ଉଦ୍ଧାର […]
ସୁନ୍ଦରଗଡ଼: ସୁନ୍ଦରଗଡ଼ ରିଜର୍ଭ ପୁଲିସ୍ ଅସ୍ତ୍ରାଗାରରୁ ଲୁଟ୍ ହୋଇଥିବା ୪୫ଟି ଗୁଳି ଉଦ୍ଧାର କରାଯାଇଛି। ଲୁଟ୍ରେ ଜଣେ କନଷ୍ଟେବଲଙ୍କ ସଂପୃକ୍ତି ଥିବା ସନ୍ଦେହ କରାଯାଉଛି।
ଏହାକୁ ନେଇ ଜଣେ କନଷ୍ଟେବଲଙ୍କୁ ଅଟକ ରଖାଯାଇ ପଚରାଉଚରା ଚାଲିଛି। ଲୁଟ୍ରେ ଆଉ ଜଣେ ସାମିଲ ଥିବା ମଧ୍ୟ ସୂଚନା ମିଳିଛି।
ଅନ୍ୟ ଜଣେ ଅଭିଯୁକ୍ତକୁ ଗିରଫ କରିବା ପାଇଁ ପୁଲିସ୍ ଛାନ୍ଭିନ୍ କରୁଛି। ଗତ ୨୮ତାରିଖରେ ରିଜର୍ଭ ଅସ୍ତ୍ରାଗାରରୁ ୬୦ଟି ଗୁଳି ଲୁଟ୍ ହୋଇଥିଲା। ଏଥିରୁ ୪୫ଟି ଗୁଳି ଉଦ୍ଧାର କରାଯାଇଛି।