• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Abinash Pati

ଭୁବନେଶ୍ୱର: ପୁଣି ଥରେ ଚେନ୍ ଟାଣି ଓହ୍ଲାଇଲେ ପ୍ରବାସୀ ଶ୍ରମିକ। ଗଞ୍ଜାମ ଖଲିକୋଟ ଷ୍ଟେସନ୍‌ରେ ଓହ୍ଲାଇ ପଡ଼ିଛନ୍ତି ୪୩୧ ଜଣ ଶ୍ରମିକ। ସୁରତରୁ ଶ୍ରମିକ ସ୍ପେଶାଲ୍ ଟ୍ରେନ୍‌ରେ ଶ୍ରମିକଙ୍କୁ ଖୋର୍ଦ୍ଧା ରୋଡ୍ ଷ୍ଟେସନ୍‌ରେ ଓହ୍ଲାଇବା ନେଇ ଯୋଜନା ଥିଲା। ତେବେ ଏଥିରେ ଗଞ୍ଜାମ ଜିଲ୍ଲାର ଶ୍ରମିକ ଥିଲେ। ବ୍ରହ୍ମପୁର ଦେଇ ଟ୍ରେନ୍ ଯାଇଥିଲେ ବି ଏମାନଙ୍କୁ ଓହ୍ଲାଇବାକୁ ଅନୁମତି ମିଳିନଥିଲା। ବ୍ରହ୍ମପୁର ଷ୍ଟେସନ୍‌ରେ ଏମାନଙ୍କୁ ଓହ୍ଲାଇବାକୁ ବାରଣ କରାଯାଇଥିବା ଶ୍ରମିକମାନେ କହିଛନ୍ତି।

ତେବେ ଖଲିକୋଟ୍ ଷ୍ଟେସନ୍ ଦେଇ ଟ୍ରେନ୍ ଯିବା ବେଳେ ଏଠି ଚେନ୍ ପୁଲ୍ କରି ଓହ୍ଲାଇ ପଡ଼ିଛନ୍ତି ଶ୍ରମିକ। ଘଟଣା ପରେ ସ୍ଥାନୀୟ ସରପଞ୍ଚ, ଆର୍‌ପିଏଫ୍ ଏବଂ ପୋଲିସ୍ ପହଞ୍ଚି ଶ୍ରମିକଙ୍କୁ ନିଜ ଅଞ୍ଚଳର କ୍ୱାରେଣ୍ଟିନ୍ ସେଣ୍ଟରକୁ ପଠାଇବା ନେଇ ବ୍ୟବସ୍ଥା କରିଛନ୍ତି।

ସେହିଭଳି ଗଞ୍ଜାମ ହୁମ୍ମା ଷ୍ଟେସନ୍‌ରେ ବି ୩୦ରୁ ଅଧିକ ଶ୍ରମିକ ଚେନ୍ ପୁଲ୍ କରି ଓହ୍ଲାଇଛନ୍ତି। ଗୋଆରୁ ଏକ ସ୍ୱତନ୍ତ୍ର ଶ୍ରମିକ ଏକ୍ସପ୍ରେସ୍ ବ୍ରହ୍ମପୁର ଦେଇ ଭଦ୍ରକ ଯାଉଥିଲା। ତେବେ ହୁମ୍ମା ଷ୍ଟେସନ୍ ନିକଟରେ ଏମାନେ ନିଜ ଘରକୁ ଯିବାକୁ ଓହ୍ଲାଇ ପଡ଼ିଛନ୍ତି। ଏମାନଙ୍କ ମଧ୍ୟରେ ଗଞ୍ଜାମରୁ ୩୧ ଏବଂ ଗଜପତିରୁ ୪ ଜଣ ଶ୍ରମିକ ରହିଛନ୍ତି।

୪ ଦିନ ତଳେ ଆନ୍ଧ୍ରପ୍ରଦେଶର ନୁମ୍ବୁରରୁ ସ୍ୱତନ୍ତ୍ର ଟ୍ରେନ ଯୋଗେ ଭଦ୍ରକ ଆସୁଥିବା ୪୦୦ରୁ ଅଧିକ ପ୍ରବାସୀ ଟ୍ରେନ୍‌ ଚେନ୍‌ ଟାଣି ଚିଲିକା ଷ୍ଟେସନରେ ଓହ୍ଲାଇ ପଡ଼ିଥିଲେ। ପରେ ସେମାନଙ୍କୁ ଥଇଥାନ କରାଯାଇଥିଲା।

ସେହିଭଳି ସୋମବାର ମଧ୍ୟ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ରେଲ୍‌ୱେ ଷ୍ଟେସନରେ ୩୨୦ ଜଣ ପ୍ରବାସୀ ଓହ୍ଲାଇ ପଡ଼ିଥିଲେ। ଏମାନେ ସମସ୍ତେ ଶ୍ରମିକ ନୂଆପଡ଼ା ଓ ବରଗଡ଼ ଜିଲ୍ଲାର ଥିଲେ। ଏହି ଶ୍ରମିକମାନେ ଗୁଜରାଟ ଗାନ୍ଧିନଗରରୁ ନିର୍ଗୁଣ୍ଡି ଅଭିମୁଖେ ଏକ ଶ୍ରମିକ ସ୍ପେସାଲ ଟ୍ରେନ୍‌ରେ ଯାତ୍ରା କରୁଥିଲେ। କଣ୍ଟାବାଞ୍ଜି ରେଲ୍‌ୱେ ଷ୍ଟେସନ୍‌ରେ ଟ୍ରେନ୍‌ ଚେନ୍‌ ଟାଣ ଓହ୍ଲାଇପଡ଼ିଥିଲେ।

ସେହିଦିନ  ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ଷ୍ଟେସନ ନିକଟରେ ଚେନ୍ ଟାଣି ୨୦୦ପ୍ରବାସ ଫେରନ୍ତା ଓଡ଼ିଆ ଶ୍ରମିକ ଓହ୍ଲାଇ ପଡ଼ିଥିଲେ।

431-migrants-fled-after-pulling-train-emergency-chain-in-ganjam-khallikote-station
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories