ଦଇତାପତି ନିଯୋଗକୁ ରାଜ୍ୟ ସରକାରଙ୍କ ପୁରସ୍କାର ରାଶି ପ୍ରଦାନ

ପୁରୀ : ଶାନ୍ତି ଶୃଙ୍ଖଳା ସହ ୨୦୧୮ମସିହା ରଥଯାତ୍ରା ସରିବା ନେଇ ଦଇତାପତି ନିଯୋଗକୁ ରାଜ୍ୟ ସରକାରଙ୍କ ପୁରସ୍କାର ରାଶି ପ୍ରଦାନ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦିଆଯାଇଥିବା ଚିଠିକୁ ନେଇ ରାଜ୍ୟ ସରକାରଙ୍କ ବିଧିବିଭାଗ ପକ୍ଷରୁ ଦଇତାପତି ନିଯୋଗକୁ ୪୨ଲକ୍ଷ ୭୫ ହଜାର ୯୯୮ ଟଙ୍କା ମଞ୍ଜୁର କରାଯାଇଛି।

ଏନେଇ ବିଧିବିଭାଗ ତରଫରୁ ଏକ ଚିଠି ମାଧ୍ୟମରେ ଦର୍ଶାଯାଇଛି। ସେପଟେ ପୁରସ୍କାର ରାଶିକୁ ନେଇ ଦଇତାପତି ନିଯୋଗ ସଂପାଦକ ପ୍ରେମାନନ୍ଦ ଦାସ ମହାପାତ୍ର କ୍ଷୋଭ ପ୍ରକାଶ କରିଛନ୍ତି। ମହାପ୍ରଭୁଙ୍କ ପ୍ରତେକ ନୀତି ଶୃଙ୍ଖଳିତ ଭାବେ କରାଯାଇଥାଏ। ତେବେ ଦଇତାପତି ସେବକଙ୍କୁ ଦିଆଯାଉଥିବା ପ୍ରତିଶ୍ରୁତି ପାଳନ ହୋଇନଥାଏ ବୋଲି ସେ କହିଛନ୍ତି।

You might also like