ସପ୍ତାହକୁ ୨ ଦିନ ସଟଡାଉନ୍ କଲେ କରୋନା ନିୟନ୍ତ୍ରଣକୁ ଆସିବ କି?

ଭୁବନେଶ୍ୱର: ରାଜ୍ୟର ୧୧ଟି ଜିଲ୍ଲାରେ ପ୍ରତି ସପ୍ତାହରେ ଦୁଇ ଦିନିଆ ସଟଡାଉନ୍। ତେବେ କାହିଁକି ଏଭଳି କଡ଼ା କଟକଣା? ଜୁନର ପ୍ରତି ଶନି ଓ ରବିବାର ସଟଡାଉନ୍ ଘୋଷଣା ପଛରେ କଣ ରହିଛି ଯୁକ୍ତି? କୁହାଯାଉଛି ଏସବୁ ଜିଲ୍ଲାରେ ଅଧିକ କରୋନା କେସ୍ ଚିହ୍ନଟ ହେଉଥିବାରୁ ସରକାର ଏଭଳି ପକ୍ଷକ୍ଷେପ ନେଇଛନ୍ତି।

ଗଲା ୩ ଦିନ ଭିତରେ ୪୨୬ ପଜିଟିଭ୍। ମୋଟ୍ ଉପରେ ୨୨୪୫ କେଶ୍। ରାଜ୍ୟରେ ବେଲଗାମ୍ ଭାବେ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଏସବୁ ମଧ୍ୟରୁ ଉପକୂଳର ୯ ଜିଲ୍ଲା ଏବଂ ନୟାଗଡ଼ ଓ ବଲାଙ୍ଗୀର। ଏହି ୧୧ଟି ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୮୦ ପ୍ରତିଶତ କେଶ୍। ଚଳିତ ମାସରେ ସ୍ଥିତି ଆହୁରି ଜଟିଳ ହେବାର ଆଶଙ୍କା କରୁଛନ୍ତି ସରକାର।

ସ୍ଥିତି ନିୟନ୍ତ୍ରଣ ପାଇଁ ଏସବୁ ଜିଲ୍ଲାରେ ଜୁନ୍ ମାସର ସମସ୍ତ ଶନି ଓ ରବିବାର ସଟଡାଉନ୍ ଘୋଷଣା କରିଛନ୍ତି। ତେବେ ୫ ଦିନ ଦୋକାନ ବଜାର ଖୋଲି କେବଳ ସପ୍ତାହକୁ ୨ ଦିନ ସଟଡାଉନ୍ କଲେ କରୋନା ନିୟନ୍ତ୍ରଣକୁ ଆସିବ କି?

ସରକାରଙ୍କ ଯୁକ୍ତି ହେଲା- ଲକଡାଉନ୍ ୪ରୁ କେତେକ ନିୟମ କୋହଳ କରାଯିବା ପରେ ଲୋକେ ବେପରଓ୍ୱା ହୋଇଯାଇଛନ୍ତି। ଅଧିକାଂଶ ସ୍ଥାନରେ ସାମାଜିକ ଦୂରତା ରହୁନି କି ସମସ୍ତେ ମାସ୍କ ପିନ୍ଧୁନାହାନ୍ତି। ଖାସ୍ କରି ସପ୍ତାହନ୍ତରେ ଲୋକେ ଅଧିକ ଭିଡ଼ କରି ବୁଲାବୁଲି କରୁଛନ୍ତି। ତେବେ ସପ୍ତାହରେ ୨ଦିନ ସଟଡାଉନ କରି ୫ ଦିନ ଦୋକାନ ବଜାର ଖୋଲା ରଖିଲେ ସଠିକ୍ ପ୍ରଭାବ ପଡି ନପାରେ ବୋଲି ବିଶେଷଜ୍ଞ କହିଛନ୍ତି।

ଜୀବନ ଓ ଜୀବିକା ମଧ୍ୟରେ ବାଲାନ୍ସ ରଖି ଚାଲିବା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଥିବା ଗତକାଲି ମୁଖ୍ୟ ଶାସନ ସଚିବ କହିଥିଲେ। କେନ୍ଦ୍ର ସରକାର ମଧ୍ୟ ୟା ଭିତରେ ଜୀବିକାକୁ ପ୍ରାଧାନ୍ୟ ଦେଇ ଅନେକ ନିୟମରେ କୋହଳ କରିଛନ୍ତି। ତେବେ ରାଜ୍ୟ ସରକାରଙ୍କ ସାନି ଗାଇଡଲାଇନ୍ ଜୀବିକା ଉପରେ ବେଶ୍ ପ୍ରଭାବ ପକାଇଛି।

ସାଧାରଣତଃ ସଂଧ୍ୟା ସମୟରେ ବ୍ୟବସାୟ ଅଧିକ ହେଉଥିବା ବେଳେ ନାଇଟ୍ କର୍ଫ୍ୟୁ କଟକଣା ଯୋଗୁଁ ଉପର ବେଳା ବେପାର ଠପ୍ ହୋଇଯାଉଛି। ଏହାପରେ ପୁଣି ପୁରା ଉପକୂଳରେ। ଶନି-ରବି ସଟଡାଉନ୍ ଜୀବିକା ଉପରେ ଜୋରଦାର ମାଡ଼ କରିବ ବୋଲି ବ୍ୟବସାୟୀ କହିଲେଣି। ସେହିପରି ଏହି କଟକଣା ଯୋଗୁଁ ରଜ ବଜାର ବି ମାଡ଼ ଖାଇବ ବୋଲି ବ୍ୟବସାୟୀମାନେ ଆଶଙ୍କା କରୁଛନ୍ତି।

ଆହୁରି ପଢ଼ନ୍ତୁ

ଭୁବନେଶ୍ୱରରୁ ୩୧୭ ପଜିଟିଭ ଚିହ୍ନଟ, ୨୫୫ ଲୋକାଲ କେସ୍

ପୂରଣ ହେଲା ସ୍ୱାଭିମାନ ଅଞ୍ଚଳବାସୀଙ୍କ ଆଶା

ଆଜିଠୁ ଓଡ଼ିଶାର ଏହି ସହର ୭ ଦିନ ସଟ୍‌ଡାଉନ୍‌

ବିଶ୍ୱ ପର୍ଯ୍ୟଟନ ଦିବସରେ କୋଣାର୍କକୁ ଗଡ଼ିଲା ‘ମୋ ବସ୍’

ଓଡ଼ିଶାରେ କୋଭିଡ୍‌ ପରିଚାଳନାକୁ ନେଇ ପ୍ରଶ୍ନ ଉଠାଇଲେ ବିଜେଡି ବିଧାୟକ

ଦିନକରେ ଓଡ଼ିଶାରେ ୧୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଓଡ଼ିଶାରେ କରୋନା ସ୍ଥିତି: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩,୯୨୨ ପଜିଟିଭ୍‌

ଅକ୍ଟୋବରରୁ ଓଡ଼ିଶାର ସମସ୍ତ ପର୍ଯ୍ୟଟନସ୍ଥଳୀ ଖୋଲିବାକୁ ଯୋଜନା

ସମ୍ପର୍କୀୟଙ୍କ ସହ ମିଶି ପତ୍ନୀଙ୍କୁ ମାଡ଼ ମାରିଲେ ଡେପୁଟି କଲେକ୍ଟର

JEE Advanced 2020: କୋଭିଡ୍‌ ଗାଇଡ୍‌ଲାଇନ୍ସ ପାଳନ କରି ହେବ ପରୀକ୍ଷା

ଗ୍ୟାସ ସିଲିଣ୍ଡର ସଜାଡ଼ୁଥିବା ବେଳେ ହଠାତ୍ ଲାଗିଲା ନିଆଁ; ୬ ଗୁରୁତର

ବିଧାନସଭା ଅଧିବେଶନରେ ସରକାରଙ୍କୁ ଘେରିବାକୁ ବିଜେପିର ରଣନୀତି

You might also like