ଭୁବନେଶ୍ୱରରେ କରୋନା ଆକ୍ରାନ୍ତ ସଂଖ୍ୟା ୪୨କୁ ଛୁଇଁଲା

ଭୁବନେଶ୍ୱର: ରାଜଧାନୀରେ କରୋନା ସ୍ଥିତି ଉଦ୍‌ବେଗଜନକ ରହିଛି। ରାଜ୍ୟରେ ଚିହ୍ନଟ ହୋଇଥିବା ମୋଟ ୫୪ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ କେବଳ ୪୨ ଜଣ ରାଜଧାନୀ ଭୁବନେଶ୍ୱରର। ଗତକାଲି ଚିହ୍ନଟ ହୋଇଥିବା ୪ ନୂଆ କରୋନା ସଂକ୍ରମିତଙ୍କ ଭିତରୁ ଜଣେ ରାଜଧାନୀର ଥିବାରୁ ସଂଖ୍ୟା ୪୨କୁ ବୃଦ୍ଧି ପାଇଛି।

ରାଜଧାନୀର ସହିଦ ନଗର, ସତ୍ୟନଗରରୁ, ବମିଖାଲ, ଝାରପଡ଼ା, ସୂର୍ଯ୍ୟନଗର, ବିଜେବି ନଗରର ବଡ଼ଗଡ଼ ଗାଁ, କପିଳ ପ୍ରସାଦ, ୟୁନିଟ୍ ୪, ୟୁନିଟ୍ ୫ ଆଦି ଅଞ୍ଚଳରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ତେବେ ରାଜ୍ୟର ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୨ ଜଣ ସୁସ୍ଥ ହୋଇଥିବା ବେଳେ କେବଳ ଭୁବନେଶ୍ୱରରୁ ୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ଜଣାପଡ଼ିଛି। ପଶ୍ଚିମବଙ୍ଗ ମେଦିନାପୁର ଅଞ୍ଚଳର ଜଣେ ବ୍ୟକ୍ତି ରାଜଧାନୀରେ ଚିକିତ୍ସିତ ହେଉଥିବା ବେଳେ କରୋନା ଆକ୍ରାନ୍ତ  ଝାରପଡାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି।

You might also like