• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rosalin Rath

ଭୁବନେଶ୍ୱର:‍ ଦିନ ଗୋଟିଏ ସୁଦ୍ଧା ରାଜ୍ୟରେ ପ୍ରାୟ ୪୧ ପ୍ରତିଶତ ଭୋଟ୍‌ ହୋଇଛି। ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ଏହି ସୂଚନା ଦେଇଛନ୍ତି। ଏଥିରେ ଟିକେ ଏପଟ ସେପଟେ ହୋଇପାରେ ବୋଲି ମଧ୍ୟ ସେ କହିଛନ୍ତି।

ସେ କହିଛନ୍ତି, ଆଜି ୫ଟାରେ ମକ୍ ପୋଲ୍ କରାଯାଇଥିଲା। ତାପରେ ସକାଳ ୭ଟାରୁ ମତଦାନ ହୋଇଥିଲା। କେତେକ ଇଭିଏମ୍‌ରେ ତ୍ରୁଟି ଦେଖା ଦେଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ସ୍ୱୀକାର କରିଛନ୍ତି। କେତେକ ସ୍ଥାନରେ ଭିଭିପିଏଟିରେ ମଧ୍ୟ ସମସ୍ୟା ଦେଖା ଦେଇଥିଲା। ତେବେ ସେହି ସବୁ ତ୍ରୁଟିକୁ ତୁରନ୍ତ ସଜଡ଼ା ଯାଇଥିଲା ଏବଂ ତାପରେ ଭୋଟ୍‌ ଚାଲିଛି।

ଏ ପର୍ଯ୍ୟନ୍ତ କୌଣସି ଗଣ୍ଡଗୋଳର ସୂଚନା ଆସିନଥିବା ସୁରେନ୍ଦ୍ର କୁମାର କହିଛନ୍ତି। ଭୋଟ ହେଉଥିବା ୨୮ଟି ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ୨୦ ଟି ହେଉଛି ମାଓ ପ୍ରଭାବିତ ଅଞ୍ଚଳ।

ଏହି ସବୁ ଆସନରେ ୪ଟା ଯାଏ ଭୋଟ ହେବ। କିନ୍ତୁ ଯେଉଁମାନେ ଧାଡ଼ିରେ ଛିଡ଼ା ହୋଇଥିବେ, ସେମାନଙ୍କୁ ଭୋଟିଂର ସୁଯୋଗ ଦିଆଯିବ। ବାକି ୮ଟି ବିଧାନସଭା ଆସନରେ ସଂଧ୍ୟା ୬ଟା ଯାଏ ଭୋଟ ହେବ।

41-turnout-till-1-pm90
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories