ଭୁବନେଶ୍ୱରରେ ୪୧ ଦୋକାନ ସିଲ୍‌, ୨୮୩୩ ଜଣଙ୍କୁ ଫାଇନ୍‌; କଟକରେ ବି ଆକ୍ସନ ମୋଡ୍‌ରେ ପୋଲିସ୍

କଟକ/ଭୁବନେଶ୍ୱର: ଟ୍ୱିନ୍‌ସିଟିରେ କରୋନା କଟକଣା ପାଳନରେ ଢିଲା ପଣକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅସନ୍ତୋଷ ପରେ ଏବେ ଆକ୍ସନ ମୋଡ୍‌ରେ‌ ପୋଲିସ୍।

କୋଭିଡ୍ ଗାଇଡଲାଇନ୍ସ ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଯେଉଁମାନେ ମାସ୍କ ପିନ୍ଧୁ ନାହାନ୍ତି କିମ୍ବା ସାମାଜିକ ଦୂରତ୍ୱ ପାଳନ କରୁ ନାହାନ୍ତି ସେମାନଙ୍କ ନିକଟରୁ ଜରିମାନା ଆଦାୟ ସହ ସେମାନଙ୍କୁ ତାଗିଦ୍‌ କରାଯାଉଛି।

ଗତ ୨୪ ଘଣ୍ଟାରେ ରାଜଧାନୀ ଭୁବନେଶ୍ୱରରେ କୋଭିଡ୍ ଗାଇଡ୍‌ଲାଇନ୍ସ ଉଲ୍ଲଂଘନ ଅଭିଯୋଗରେ ୨୮୩୩ ଜଣଙ୍କୁ ଜରିମାନା କରାଯିବା ସହ ୪୧ଟି ଦୋକାନକୁ ସିଲ୍‌ କରାଯାଇଛି। ଏ ନେଇ ଟ୍ୱିଟ୍‌ ଯୋଗେ ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି। 

ସେହିପରି ଗତକାଲି କଟକରେ କୋଭିଡ୍ ଗାଇଡ୍‌ଲାଇନ୍ସ ଉଲ୍ଲଂଘନ ଅଭିଯୋଗରେ ୩ଟି ଦୋକାନକୁ ସିଲ୍‌ କରାଯିବା ସହ ସାମାଜିକ ଦୂରତ୍ୱ ପାଳନ ନ କରିବା ଅଭିଯୋଗରେ ୧,୧୮୬ଜଣ ଓ ମାସ୍କ ନ ପିନ୍ଧିବା ଯୋଗୁ ୨୬୯ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।  ଏ ନେଇ ଟ୍ୱିଟ୍‌ ଯୋଗେ କଟକ ଡିସିପି ସୂଚନା ଦେଇଛନ୍ତି। 

 

ଆହୁରି ପଢ଼ନ୍ତୁ

ନଭେମ୍ବରରେ କେମିତି ଚାଲିବ ସରକାରୀ ଅଫିସ, ଆସିଲା ଗାଇଡ୍‌ଲାଇନ୍

କମ୍ବିଂ ଅପରେସନ୍ ବେଳେ ପୋଲିସ-ମାଓବାଦୀ ମୁହାଁମୁହିଁ

ଉପନିର୍ବାଚନ ପାଇଁ ୩ରେ ଛୁଟି ଘୋଷଣା

ରାଜ୍ୟରେ ମନ୍ଦିର ଖୋଲାଯିବା ଦରକାର: ଧର୍ମେନ୍ଦ୍ର

୨ଟି ଥାଳି ଫ୍ରି ଆଶାରେ ଅନ୍‌ଲାଇନ୍ ଅର୍ଡର କରୁଥିବା ବ୍ୟକ୍ତିଙ୍କ ଅବସ୍ଥା କଣ ହେଲା ଜାଣନ୍ତୁ

ସୁସ୍ଥ ହୋଇଥିବା ଲୋକଙ୍କୁ ବି ପୁଣି ଥରେ କରୋନା ହେବ କି ନାହିଁ ? ଓଡ଼ିଶାରେ ମିଳିଲା ପ୍ରମାଣ

ଟ୍ରକ୍ ଧକ୍କାରେ ଚାଲିଗଲା ଅଜା-ନାତିର ଜୀବନ

ହବିଷ୍ୟାଳୀଙ୍କ ପାଇଁ ମିଳିବ ମହାପ୍ରସାଦ

ଭୁବନେଶ୍ୱରରେ ଅଧା ଲୋକଙ୍କୁ ଛୁଇଁଗଲାଣି କରୋନା

ନିର୍ବାଚନ ପୂର୍ବରୁ ୧୫୦୦ ଅପରାଧୀ ଚିହ୍ନଟ, ୭୫ ୱାରେଣ୍ଟିଙ୍କୁ ଜେଲ୍

ଫେସବୁକ୍‌ରେ ପ୍ରେମ ନିବେଦନ କରି ଯୁବତୀଙ୍କୁ ଦେଖା କରିବାକୁ ଯାଇଥିଲେ, ତା’ ପରେ…

ଘର ତିଆରି ପାଇଁ ୧୫ ହଜାର ଟଙ୍କାରେ ବିକିଥିଲେ ଶିଶୁ କନ୍ୟା 

You might also like