ସୁପର ସ୍ପ୍ରେଡର ସାଜିଲେ ୪୧ନଂ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ସୁପର ସ୍ପ୍ରେଡର ସାଜିଲେ ୪୧ନଂ କରୋନା ଆକ୍ରାନ୍ତ। ଏହି ଆକ୍ରାନ୍ତ ଜଣକ ୪ ଜଣଙ୍କୁ କରୋନା ସଂକ୍ରମିତ କରିଛନ୍ତି। ଏପରିକି ଆଜି ଭୁବନେଶ୍ୱରରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କର ୪୧ ନଂ ଲିଙ୍କ ଥିବା ଜଣଯାଇଛି।

ସ୍ୱାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ,   ଖୋର୍ଦ୍ଧା ଜିଲ୍ଲାରେ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣକ ଭୁବନେଶ୍ୱର ବୋଲି ଜଣାପଡିଛି। ଆକ୍ରାନ୍ତ ଜଣକ ୭୭ ବର୍ଷୀୟ ପୁରୁଷ। ସେ ଭୁବନେଶ୍ୱର ମଧୁସୂଦନ ନଗର ଅଂଚଳର ବାସିନ୍ଦା।

ସେ ୪୧ ନମ୍ବର ଆକ୍ରାନ୍ତଙ୍କ ସମ୍ପର୍କୀୟ ବୋଲି ଜଣାପଡିଛି। ଏହା ପୂର୍ବରୁ ୪୧ ନମ୍ବର ଆକ୍ରାନ୍ତ ୪୯ ନମ୍ବର ଏବଂ ୫୦ ନମ୍ବରକୁ ଆକ୍ରାନ୍ତ କରିଥିଲେ।

ମଧୁସୂଦନ ନଗରରେ ୪୧ ନମ୍ବରକୁ ମିଶାଇ ମୋଟ ୩ ଜଣ ଆକ୍ରାନ୍ତ ଥିଲେ। ବର୍ତ୍ତମାନ ମଧୁସୂଦନ ନଗରରେ ଆକ୍ରାନ୍ତ ସଂଖ୍ୟା ୪ରେ ପହଞ୍ଚିଛି।  ୪୧ ନମ୍ବର ଆକ୍ରାନ୍ତ ମୋଟ ୩ ଜଣଙ୍କୁ ସଂକ୍ରମିତ କରିଛନ୍ତି।  ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

 

You might also like