କଟକ ସହରରୁ ୪୧ କରୋନା ଆକ୍ରାନ୍ତ ଚିହ୍ନଟ

କଟକ: କଟକ ସହରରେ ଆଉ ୪୧ କରୋନା ଆକ୍ରାନ୍ତ ଚିହ୍ନଟ। ୪୧ ମଧ୍ୟରୁ ୩୯ କ୍ୱାରେଣ୍ଟିନ ଓ ୨ ଲୋକାଲ କଣ୍ଟାକ୍ଟ କେସ୍ ରହିଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି କଟକ ମହାନଗର ନିଗମ।

କେଉଁ ଅଞ୍ଚଳରୁ ଲୋକାଲ କେସ୍:

ଦିୱାନ ବଜାରରୁ ଆଉ ୧୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଶଙ୍କରପୁରରୁ ୩, ସେକ୍ ବଜାରରୁ ୨, ସିଡିଏ ସେକ୍ଟର-୯ରୁ ୨ ଚିହ୍ନଟ ହୋଇଛନ୍ତି। ମଠସାହିରୁ ଜଣେ ଓ ପୋଲିସ କଲୋନିରୁ ଜଣେ ଲୋକାଲ କେସ୍ ଚିହ୍ନଟ ହୋଇଛନ୍ତି। ଆଜିର ୪୧କୁ ମିଶାଇ କଟକରେ ଆକ୍ରାନ୍ତଙ୍କ ସଂଖ୍ୟା ୭୭୭କୁ ବୃଦ୍ଧି ହୋଇଛି।


ଏଯାବତ୍ ୭୭୭ ଜଣ ସଂକ୍ରମିତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୩୧୪ ସୁସ୍ଥ ହୋଇଛି। ୧୦ ଜଣଙ୍କ ମୃତ୍ୟୁ ହୋଇଛି। ୪୫୩ ଜଣ ଚିକିତ୍ସାଧୀନ ଥିବା ସୂଚନା ମିଳିଛି।

ଆଜି ରାଜ୍ୟରେ ଆଉ ୧୨୧୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୨୧୫ ମଧ୍ୟରୁ କ୍ୱାରେଣ୍ଟିନରୁ ୭୫୩ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୪୬୨। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୩୩୨ ଜଣ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୩୧୨ ଚିହ୍ନଟ ହୋଇଛନ୍ତି।

ଆହୁରି ପଢ଼ନ୍ତୁ

You might also like