• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

ଭୁବନେଶ୍ୱର:କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ପୁରା ଦମ୍‌ରେ ଲାଗି ପଡ଼ିଛନ୍ତି। ରାଜ୍ୟରେ ଅଧିକରୁ ଅଧିକ କରୋନା ନମୁନା ପରୀକ୍ଷା ପାଇଁ ଅଧିକ ସଂଖ୍ୟକ କୋଭିଡ୍ -୧୯ ଟେଷ୍ଟ କିଟ୍‌ର ଆବଶ୍ୟକତା ଥିଲା। ସେହି ଅନୁସାରେ ୪୦୦୦ ଟେଷ୍ଟିଂ କିଟ୍‌  ଭୁବନେଶ୍ୱରରେ ଆସି ପହଞ୍ଚିଛି।  ଏକ ସ୍ୱତନ୍ତ୍ର କାରଗୋ ବିମାନ ଯୋଗେ ମହାରାଷ୍ଟ୍ର ପୁଣେସ୍ଥିତ ମାଇ ଲାବୋରେଟୋରୀରୁ ଏହି କିଟ୍ ଭୁବନେଶ୍ୱର ବିମାନବନ୍ଦରରେ ଆସି ପହଞ୍ଚିଛି। ଏହା ଦ୍ୱାରା ଚାରି ହଜାର କୋଭିଡ୍ -୧୯ ଟେଷ୍ଟ ହୋଇପାରିବ।

କୋଭିଡ୍-୧୯ ଟେଷ୍ଟିଂ କିଟ୍ ସହ RNA ଏକ୍ସଟ୍ରାକ୍ସନ କିଟ୍, ପର୍ସନାଲ ପ୍ରୋଟେକ୍ଟିଭ ଇକୁପମେଣ୍ଟସ୍ PPE ଓ ଭିଟିଏମ୍ ଭଳି ଅନେକ ସାମଗ୍ରୀ  ଆସି ପହଞ୍ଚିଛି। ଓଡ଼ିଶା ରାଜ୍ୟ ଔଷଧ ନିଗମର ଉଦ୍ୟମରୁ ଏହି ସମସ୍ତ କିଟ୍ ଆସି ଠିକ୍ ସମୟରେ ଭୁବନେଶ୍ୱରରେ ପହଞ୍ଚିପାରିଛି।

ସୂଚନାଥାଉ କି, ରାଜ୍ୟରେ ଦୈନିକ ଏକ ହଜାର ସାମ୍ପଲ ଟେଷ୍ଟିଂ ପାଇଁ ଗତକାଲି ମନ୍ତ୍ରୀସ୍ତରୀୟ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା ।ନୂତନ ଟେଷ୍ଟ କିଟ୍ ପହଞ୍ଚିବା ପରେ ସାମ୍ପଲ ଟେଷ୍ଟ ଆହୁରି ତ୍ୱରାନ୍ୱିତ ହୋଇପାରିବ ।

 

4000-testing-kit-reached-bhubaneswar-11
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories