ପେଟରୁ ବାହାରିଲା ୪୦ କେଜିର ଟ୍ୟୁମର୍

କଟକ: ଆଚାର୍ଯ୍ୟ ହରିହର କ୍ୟାନସର ହସ୍‌ପିଟାଲରେ ବିରଳ ଅସ୍ତ୍ରୋପଚାର। ମହିଳାଙ୍କ ପେଟରୁ ବାହାରିଲା ୪୦ କେଜିର ଟ୍ୟୁମର୍। ତେବେ ଏହି ଅସ୍ତ୍ରୋପଚାର ପରେ ମହିଳା ଜଣଙ୍କ ସଂପୂର୍ଣ୍ଣ ସୁସ୍ଥ ଥିବା କହିଛନ୍ତି ଡାକ୍ତର। ସୂଚନା ମୁତାବକ, ଅନୁଗୁଳ ଜିଲ୍ଲାର ଶକୁନ୍ତଳା ମାଝୀଙ୍କର ଗଲା ୧୦ ବର୍ଷ ହେଲା ପେଟରେ ଟ୍ୟୁମର ହୋଇଥିଲା।

ଡାକ୍ତରୀ ଟିମ୍ ପ୍ରାଥମିକ ଚିକିତ୍ସା ପରେ ୨୫ ତାରିଖରେ ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତର ମନୋରଞ୍ଜନ ମହାପାତ୍ରଙ୍କ ସହ ୫ଜଣିଆ ଟିମ୍ ୨ ଘଣ୍ଟାର ଅସ୍ତ୍ରୋପଚାର ପରେ ଏହି ଟ୍ୟୁମର ବାହାର କରିଥିଲେ।

You might also like