ଘାଟିରେ ଟ୍ରାକ୍ଟର ଓଲଟି ୪୦ ଗୁରୁତର

ମାଲକାନଗିରି: ମାଲକାନଗିରି ଜିଲ୍ଲା ମାଡ଼କାପଦରରେ ଟ୍ରାକ୍ଟର ଓଲଟି ୪୦ ଶ୍ରମିକ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ସମସ୍ତ ଗୁରୁତରଙ୍କୁ ମାଥିଲି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସକାଳେ ଶ୍ରମିକମାନେ ଗୋଟିଏ ଟ୍ରାକ୍ଟରରେ ୨୦ କିଲୋମିଟର ଦୂର ଗୋବିନ୍ଦପାଲି ଯାଉଥିଲେ। ଗୋବିନ୍ଦପାଲି ସାପ୍ତାହିକ ହାଟକୁ ମଡାକାପଦର ଏବଂ ଏହାର ଆଖପାଖ ଅଂଚଳରୁ ଉକ୍ତ ଟ୍ରାକ୍ଟର ରେ ଆସୁଥିଲେ।

ମୁଦୁଲିପଡ଼ା ଥାନାର ମାଡ଼କାପଦର ଘାଟିରେ ଭାରସାମ୍ୟ ହରାଇ ଟ୍ରାକ୍ଟରଟି ଓଲଟି ପଡ଼ିଥିଲା। ଆହତଙ୍କୁ ପ୍ରଥମେ ଗୋବିନ୍ଦପାଲି ଡାକ୍ତରଖାନା ଓ ପରେ ମାଥିଲି ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ବର୍ଷା ଯୋଗୁଁ ରାସ୍ତା ଖରାପ ହୋଇଥିବାରୁ ଦୁର୍ଘଟଣା ଘଟିଥିବା କୁହାଯାଉଛି।

You might also like