ମା ବିରଜାଙ୍କ ଦର୍ଶନ ସାରି ଫେରିବା ବେଳେ ଅଘଟଣ, ଆଖି ଆଗରେ ଚାଲିଗଲା ପୁଅ

ଯାଜପୁର(ଗୁଲାମ ଗସ୍): ପୁଅର ଶୁଭ ମନାସିବା ପାଇଁ  ମା-ବାପା ବିରଜାଙ୍କ ମନ୍ଦିରକୁ ଯାଇଥିଲେ। କେତେ ଖୁସିରେ ମାଙ୍କ ଦର୍ଶନ ଘରକୁ ପେରୁଥିଲେ। ଏଇ ସମୟରେ ଘଟିଲା ବଡ଼ ଅଘଟଣ। ଆଖି ଆଗରେ ଚାଲିଗଲା ପୁଅ। ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଟାଉନ ଥାନା ଅନ୍ତର୍ଗତ ଯୋଡିକୁଅ ଛକ ନିକଟରେ । ଭଦ୍ରକ ଜିଲ୍ଲା ଆଗରପଡ଼ାର ଆଡ଼ିଆ ଗ୍ରାମର ଏକ ପରିବାର  ବାଇକ ଯୋଗେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ଦର୍ଶନ କରିବାକୁ ଯାଇଥିଲେ। ବାପା, ମା, ପୁଅ ଓ ଝିଅ ଗୋଟିଏ ବାଇକ୍‌ରେ ସାଥୀ ହୋଇଯାଇଥିଲେ।

ମା’ଙ୍କ ଦର୍ଶନ କରିବା ମନ ଖୁସିରେ ଫାଟି ପଡୁଥାଏ। ମା ଦର୍ଶନ ସାରି ଘରକୁ ଘରକୁ ଫେରୁଥିଲେ। କିନ୍ତୁ ବିଧି ବିଧାନ ଆଉ କିଛି ଲେଖିଥିଲା।  ଫେରିବା ସମୟରେ ଯୋଡିକୁଅ ସ୍ଥିତ ସଂସ୍କୃତ ମହାବିଦ୍ୟାଳୟ ନିକଟରେ ଏକ ବିଶାଳ ଚାକୁଣ୍ଡା ଗଛ ବାଇକ ଉପରେ ପଡିଯାଇଥିଲା।  ଫଳରେ ସମ୍ପୂର୍ଣ୍ଣ ପରିବାର ଗଛ ତଳେ ଚାପି ହୋଇଯାଇଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଯାଜପୁର ମୁଖ୍ୟ ଚିକିତ୍ସାଳୟ ନେଇଯାଇଥିଲେ । ସେଠାରେ ଡାକ୍ତର ତିନି ବର୍ଷର ବାଳକକୁ ମୃତ୍ୟୁ ଘୋଷଣା କରିଥିଲେ।

ବାପା,ମା ଏବଂ ଝିଅ ସାମାନ୍ୟ ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ମୃତ ବାଳକ ହେଲେ ସୁନନ୍ଦ ବିନ୍ଧାଣିଙ୍କ ଏକ ମାତ୍ର ପୁଅ ରାହୁଲ ବିନ୍ଧାଣି। ଘଟଣା ସ୍ଥଳରେ ଯାଜପୁର ଟାଉନ ପୋଲିସ ପହଂଚି ମୃତ ଶରୀରକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଚଳାଇଛି । ଏହାର ପ୍ରତିବାଦରେ ସ୍ଥାନୀୟ ଲୋକମାନେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ପୋଲିସ ଓ ପ୍ରଶାସନିକ ଅଧିକାରୀ ସେଠାରେ ପହଞ୍ଚି ଉତ୍ତ୍ୟକ୍ତ ଲୋକମାଙ୍କୁ ବୁଝାସୁଝା କରୁଛନ୍ତି।

ଦାୟିତ୍ୱହୀନତା ଯୋଗୁଁ ଏଭଳି ଦୁର୍ଘଟଣା ଘଟିଛି। ଗଛକୁ ମୂଳରୁ ନକାଟିବାରୁ ପରେ ଗଛଟି ପଡ଼ି ଗୋଟିଏ ନିରୀହ ପିଲାଟିର ଜୀବନ ଗଲା।  ୨ ଜଣ ଆହତ ହୋଇଛନ୍ତି। ସେମାନେ ଚିକିତ୍ସାଧୀନ ଅଛନ୍ତି। ପୋଲିସ ଏହାକୁ ଗୁରୁତର ସହ ନେଇଛି। ଏପରି ଗଛକଟା କଣ ପାଇଁ ହେଉଥିଲା, ସେନେଇ ଆମେ ତଦନ୍ତ ଚଳାଇଛୁ। ଏନେଇ ଆମେ ଜଣେ ଲୋକଙ୍କୁ ଅଟକ ରଖିଛୁ।
-ନାରାୟଣ ବାରିକ, ଅତିରିକ୍ତ ଡିଏସ୍‌ପି

 

You might also like