ପାଇଖାନା ଟାଙ୍କିରେ ପଡ଼ି ଶିଶୁ କନ୍ୟା ମୃତ

ମାଲକାନଗିରି: ସହରର ଲାଠିଆଗୁଡ଼ାରେ ଅର୍ଧ ନିର୍ମିତ ପାଇଖାନା ଟାଙ୍କିରେ ପଡ଼ି ୪ ବର୍ଷର ଶିଶୁ କନ୍ୟାର ମୃତ୍ୟୁ ହୋଇଛି। ଗତକାଲିଠାରୁ ଶିଶୁକନ୍ୟା ନିଖୋଜ ଥିଲା। ଏନେଇ ପରିବାର ପକ୍ଷରୁ ଚାଇଲ୍‌ଡ୍‌ ଲାଇନ ସହାୟତାରେ ଥାନାରେ ଏତଲା ଦିଆଯାଇଥିଲା।

ତେବେ ଆଜି ସକାଳେ କମ୍ୟୁନିଟି ସେଣ୍ଟରର ଅର୍ଧ ନିର୍ମିତ ପାଇଖାନା ଟାଙ୍କିରେ ଏକ ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା। ଏନେଇ ଖବର ପାଇବା ପରେ ପରିବାର ଲୋକେ ପହଞ୍ଚି କୁନି ଝିଅର ଶବକୁ ଚିହ୍ନିଥିଲେ। ପୁଲିସ୍ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି।

 

You might also like