ଧାନ ବେଙ୍ଗଳା ବେଳେ ମେସିନ୍‌ରେ ପଡ଼ିଗଲା ୪ ବର୍ଷର ଶିଶୁ

ଝାରସୁଗୁଡ଼ା: ଖଳାରେ ଧାନ ବେଙ୍ଗଳା ଚାଲିଥିବା ବେଳେ ମେସିନ୍‌ରେ ପଡ଼ି ଚାରି ବର୍ଷର ଶିଶୁ ପୁତ୍ରର ମୃତ୍ୟୁ। ଝାରସୁଗୁଡ଼ା ଜିଲ୍ଲା ବନହରପାଲି ଥାନା ତିଲିଆ ପଞ୍ଚାୟତ ଅନ୍ତର୍ଗତ ବରଙ୍ଗାମାଲ ଗାଁରେ।

ଆଜି ସକାଳେ ଗାଁର କୃଷ୍ଣଚନ୍ଦ୍ର ଭୋଇ ତାଙ୍କ ଖଳାରେ ଥ୍ରେସର୍ ମେସିନ୍ ସାହାଯ୍ୟରେ ଧାନ ବେଙ୍ଗଳା କରୁଥିଲେ। ସେଠାରେ ତାଙ୍କ ଚାରି ବର୍ଷର ପୁଅ ଖେଳୁଥିଲା। ହେଲେ ଅସାବଧାନତା ବଶତଃ ମେସିନ୍ ଭିତରେ ଛୁଆଟି ପଶି ଯାଇଥିଲା।

ତାକୁ ଗୁରୁତର ଅବସ୍ଥାରେ ଟିଆର୍‌ଏଲ୍ ହସ୍ପିଟାଲ୍‌କୁ ଅଣାଯାଇଥିଲା। ତେବେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।

You might also like