• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଯାଜପୁର(ଗୁଲାମ ଗସ୍‌): ନିଖୋଜ ହେବାର ଦେଢ଼ ମାସ ପରେ ୪ ବର୍ଷର ଶିଶୁ ପୁତ୍ରକୁ ଉଦ୍ଧାର କରାଯାଇଛି। ଗତ ଡିସେମ୍ବର ୨୪ରୁ ଯାଜପୁର ଜିଲ୍ଲାର ଏହି ଶିଶୁ ପୁତ୍ର  ନିଖୋଜ ଥିଲେ। ତେବେ ଗତକାଲି ତାଳଚେରରୁ ଶିଶୁ ପୁତ୍ରକୁ ଉଦ୍ଧାର କରାଯାଇଛି।

ଗତ ଡିସେମ୍ବର ୨୪ରେ ଯାଜପୁର ଜିଲ୍ଲା ବଡଚଣା ଥାନା ଅନ୍ତର୍ଗତ ଧାନମଣ୍ଡଳ ନିକଟ ଆଦିବାସୀ ବସ୍ତିରେ ରହୁଥିବା ରାମ ଜଜଙ୍କ ୪ ବର୍ଷର ପୁଅ ଚିଣ୍ଟୁଙ୍କୁ କେହି ଅପହରଣ କରି ନେଇଥିଲେ। ଏନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ବଡ଼ଚଣା ପୋଲିସ୍‌ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରି ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା। ଗତକାଲି ତାଳଚେର ଅଞ୍ଚଳରୁ ନିଖୋଜ ଶିଶୁ ପୁତ୍ରକୁ ଉଦ୍ଧାର କରାଯାଇଥିଲା। ଉଦ୍ଧାର ପରେ ଶିଶୁ ପୁତ୍ରକୁ ସ୍ଥାନୀୟ ଶିଶୁ ସୁରକ୍ଷା ୟୁନିଟରେ ରଖାଯାଇଥିଲା। ସେଠାରୁ ଶିଶୁ ପୁତ୍ରକୁ ବଡ଼ଚଣା ଥାନାକୁ ଅଣାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା।

ଦେଢ଼ ମାସ ପରେ ହଜି ଯାଇଥିବା ପୁଅକୁ ପାଇ ପରିବାରରେ ଆନନ୍ଦର ଲହରି ଖେଳି ଯାଇଛି। ଏନେଇ ପରିବାର ଲୋକ ପୋଲିସ୍‌ର ପଦକ୍ଷେପକୁ ପ୍ରଶଂସା କରିଛନ୍ତି। ଶିଶୁ ପୁତ୍ରକୁ ଅପହରଣ କରିଥିବା ବ୍ୟକ୍ତିଙ୍କୁ ଖୁବ୍‌ ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ୍ ସୂଚନା ଦେଇଛି।

ଅନ୍ୟପକ୍ଷେ, ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ମଧୁସୂଦନପୁର ଗାଁରୁ ୬ ମାସରୁ ଅଧିକ ଦିନ ହେବ ନିଖୋଜ ଥିବା ୨ ବର୍ଷର ଶିଶୁ କନ୍ୟା ପିହୁକୁ ଏଯାଏ ଠାବ କରାଯାଇ ପାରିନି। ପରିବାର ଲୋକ ଥାନାକୁ ଦୌଡ଼ିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ଭୁବନେଶ୍ୱରରେ ଶିଶୁ ବିକାଶ ମନ୍ତ୍ରୀଙ୍କ ବାସଭବନ ଘେରାଉ କରିଥିଲେ ମଧ୍ୟ ପିହୁକୁ ନ ପାଇ ନିରାଶ ହୋଇଛନ୍ତି। ଫଳରେ ଆଗାମୀ ୨୫ ତାରିଖରେ ବିଧାନସଭା ଆଗରେ ପିହୁର ବାପାମାଆ ଧାରଣା ଦେବାକୁ ଧମକ ଦେଇଛନ୍ତି।

4-year-old-child-rescued-after-one-months
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories