ସମୁଦ୍ରରେ ବୁଡ଼ିଗଲେ ୪ ଛାତ୍ର; ୨ ନିଖୋଜ, ୨ ଉଦ୍ଧାର

କୋଣାର୍କ: ପୁରୀ ଜିଲ୍ଲା ଅସ୍ତରଙ୍ଗ ଜାହାନିଆ ପୀର ନିକଟରେ ଆଜି ଏକ ଅଘଟଣ ଘଟିଛି। ପିକ୍‌ନିକ୍‌ କରିବାକୁ ଯାଇଥିବା ବେଳେ ଚାରି ଜଣ ଛାତ୍ର ସମୁଦ୍ରରେ ବୁଡ଼ି ଯାଇଥିଲେ।

ତେବେ ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କୁ ଉଦ୍ଧାର କରାଯାଇଛି। ଜଣଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି। ଅନ୍ୟ ଦୁଇଜଣ ନିଖୋଜ ଛାତ୍ରଙ୍କୁ ଉଦ୍ଧାର କରିବା ପାଇଁ ପୁଲିସ୍‌ ଓ ସ୍ଥାନୀୟ ଲୋକେ ଉଦ୍ୟମ କରୁଛନ୍ତି।

ବୁଡି ଯାଇଥିବା ଛାତ୍ରମାନେ ଭୁବନେଶ୍ୱରର ଏକ ଘରୋଇ ଇଞ୍ଜିନିୟରିଂ କଲେଜର ବୋଲି ଜଣାପଡିଛି। ସେମାନେ ପିକ୍‌ନିକ୍‌ ପାଇଁ ଜାହାନିଆ ପୀର ଯାଇଥିଲେ।

You might also like