ସମ୍ବଲପୁର: ବୁର୍ଲା ସ୍ଥିତ Veer Surendra Sai University of Technology(VSSUT)ର ୪ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ପୂର୍ବରୁ ଆକ୍ରାନ୍ତ ଜଣେ ଅଧ୍ୟାପିକାଙ୍କ ସଂସ୍ପର୍ଶରେ ଆସି ଏହି ୪ କର୍ମଚାରୀ ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ସୂଚନାଥାଉ କି, ସମ୍ପୃକ୍ତ ଅଧ୍ୟାପିକାଙ୍କ ସ୍ୱାମୀଙ୍କ କରୋନାରେ ମୃତ୍ୟୁ ଘଟିଥିଲା। ସ୍ୱାମୀଙ୍କ ମୃତ୍ୟୁ ପରେ ଅଧ୍ୟାପିକାଙ୍କ ନମୁନା ବି ପଜିଟିଭ ଆସିଥିଲା।
ଅଧ୍ୟାପିକାଙ୍କ କରୋନା ଟେଷ୍ଟ୍ ରିପୋର୍ଟ ପଜିଟିଭ୍ ଆସିବାରୁ ଭିସୁଟ କର୍ମଚାରୀଙ୍କ ସ୍ୱାବ୍ ନିଆଯାଇଥିଲା।
ସଂଗୃହୀତ ୬୦ ସ୍ୱାବ୍ରୁ ୪ ଜଣଙ୍କ ନମୁନା ପଜିଟିଭ ଆସିଥିବା ସୂଚନା ମିଳିଛି।
ସୂଚନାଥାଉ କି, ଆସନ୍ତା ୧୧ ତାରିଖ ଯାଏ ବୁର୍ଲା ସ୍ଥିତ Veer Surendra Sai University of Technology(VSSUT)ବନ୍ଦ ରହିବ। କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କାରେ ବିଶ୍ୱବିଦ୍ୟାଳୟ ବନ୍ଦ ନେଇ କର୍ତ୍ତୃପକ୍ଷ ଘୋଷଣା କରିଛନ୍ତି।