କୋଭିଡ୍ ଗାଇଡଲାଇନକୁ କେନ୍ଦ୍ର କରି ବିବାହ ଉତ୍ସବରେ ଗଣ୍ଡଗୋଳ, ୪ ଗୁରୁତର

ଭଦ୍ରକ: ବିବାହ ସମୟରେ ଗଣ୍ଡଗୋଳ ଘଟି ୪ ଜଣ ଗୁରୁତର । ପୂର୍ବ ଶତ୍ରୁତା ଓ କୋଭିଡ୍ ଗାଇଡଲାଇନକୁ କେନ୍ଦ୍ର କରି ଗୋଟିଏ ପରିବାରର ୪ ଜଣଙ୍କୁ ମରଣାନ୍ତକ ଆକ୍ରମଣ । ଏହି ଘଟଣା ଘଟିଛି ଧୁଷୁରୀ ଥାନା ଅଧିନ ନିଧିବିନ୍ଧା ଗାଁରେ । ଏହି ଗାଁରେ ଲକ୍ଷ୍‌ମୀଧର ବାରିକଙ୍କ ଘରେ ବିବାହ କାର୍ଯ୍ୟ ଚାଲୁଥିଲା । କିନ୍ତୁ ଏହି ଉତ୍ସବରେ କୋଭିଡ ଗାଇଡଲାଇନର ଉଲ୍ଲଂଘନ କରାଯାଇ ୫୦ରୁ ଅଧିକ ଲୋକ ମେଳି ହୋଇଥିଲୋ ।

ତେବେ ସେହି ମଙ୍ଗରାଜ ସାହୁଙ୍କ ପରିବାର ଲୋକ ଓ କିଛି ସ୍ଥାନୀୟ ଲୋକେ ଏହାକୁ ବିରୋଧ କରିଥିଲେ । ଏନେଇ ଲକ୍ଷ୍‌ମୀଧର ପରିବାରଙ୍କ ମଧ୍ୟରେ ସେମାନଙ୍କର ଯୁକ୍ତିତର୍କ ହୋଇଥିଲା ।

ତେବେ ଏହାକୁ ବିରୋଧ କରିବାରୁ କିଛି ଲୋକେ ମଙ୍ଗରାଜଙ୍କ ପରିବାର ଲୋକଙ୍କ ଉପରକୁ ମାରଣାସ୍ତ୍ର ସାହାଯ୍ୟରେ ଆକ୍ରମଣ କରିଥିଲେ । ତେବେ ଏଥିରେ ୩ ଭାଇଙ୍କ ସମେତ ଜଣେ ମହିଳା ଗୁରୁତର ଭାବେ ଆହତ ହୋଇଛନ୍ତି । ସେମାନଙ୍କୁ ତୁରନ୍ତ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଧୁଷୁରୀ ପୋଲିସ ୮ଜଣଙ୍କ ନାଁରେ ମାମଲା ରୁଜୁ କରିବା ସହ ତଦନ୍ତ ଜାରି ରଖିଛି ।

You might also like