ସ୍କୁଲ୍‌ରୁ ଫେରୁଥିବା ବେଳେ ଦୁର୍ଘଟଣା, ଅଟୋରିକ୍ସା ମାଡ଼ିଯାଇ ୪ ଛାତ୍ରୀ ଅାହତ

ପାଲଲହଡ଼ା: ପୁଣି ସ୍କୁଲ୍‌ରୁ ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହେଲେ ସ୍କୁଲ ଛାତ୍ରୀ। ଅନୁଗୁଳ ଜିଲ୍ଲା ପାଲଲହଡ଼ା ବ୍ଲକ୍‌ର ଚଷା ଗୁରୁଜାଙ୍ଗ-ଉଦୟପୁର ରାସ୍ତାରେ ଏକ ଅଟୋରିକ୍ସା ମାଡ଼ିଯିବାରୁ ୪ ଜଣ ନବମ ଶ୍ରେଣୀ ଛାତ୍ରୀ ଅାହତ ହୋଇଛନ୍ତି। ସେମାନଙ୍କୁ ପାଲଲହଡ଼ା ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।  ଅାହତ ଛାତ୍ରୀମାନେ ଉଦୟପୁର ଗାଁର ବୋଲି ଜଣାପଡ଼ିଛି। ସେପଟେ ଅଟୋ ରିକ୍ସାଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ଏହାର ଚାଳକ ଫେରାର୍ ହୋଇଯାଇଛି।

ଗତ ଶୁକ୍ରବାରଦିନ ଭଦ୍ରକ ରାହାଞ୍ଜରେ ଟ୍ରକ୍ ମାଡ଼ିଯାଇ ୫ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଥିଲା। ଏହି ଦୁଃଖଦ ଘଟଣା ମନରୁ ନଲିଭୁଣୁ ପୁଣି ଏକ ଦୁର୍ଘଟଣା ଘଟିଛି।

You might also like