କଟକ ସହରରେ ୪ ପୋଲିସ୍‌ କର୍ମୀଙ୍କୁ କରୋନା

କଟକ: କଟକ ସହରରେ ୪ ଜଣ ପୋଲିସ୍‌ କର୍ମୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏ ନେଇ କଟକ ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି।

ସଦର ଥାନାରୁ ଜଣେ, ବାଦାମବାଡ଼ି ଥାନାରୁ ୨ ଜଣ ଓ ରିଜର୍ଭ ପୋଲିସ୍‌ରୁ ଜଣେ ପୋଲିସ୍‌ କର୍ମୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।

ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୧,୭୩୪ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ କଟକ ଜିଲ୍ଲାରୁ ୧୭୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

You might also like