ବ୍ରାହ୍ଣଣୀ ନଦୀରେ ନୌକାବୁଡ଼ି ଘଟଣା; ୪ ଜଣଙ୍କ ପତ୍ତା ମିଳୁନି

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ବ୍ରାହ୍ଣଣୀ ନଦୀରେ ନୌକାବୁଡ଼ିରେ ନିଖୋଜ ୪ ଜଣଙ୍କ ପତ୍ତା ଏଯାଏ ମିଳିପାରିନି। ଓଡ୍ରାଫ୍ ଓ ଅଗ୍ନିଶମ ବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି। ନିଖୋଜଙ୍କ ମଧ୍ୟରେ ଅଛନ୍ତି ପର୍ଜଙ୍ଗ ବ୍ଲକ୍ କୁନ୍ଦନଦେଇପୁରର ଜଣେ ଓ ରୋଡ ଗାଁର ୩ ଜଣ।

ଏପଟେ ଆତ୍ମୀୟଙ୍କୁ ନେଇ ଆଶା ଆଶଙ୍କା ଲାଗି ରହିଥିବାରୁ ପରିବାରରେ ଭାଳେଣି ପଡ଼ିଛି। ଗତକାଲି ରାତି ପ୍ରାୟ ୮ଟା ବେଳେ ମୋଟଙ୍ଗା ଥାନା ଖଡଗପ୍ରସାଦ ଘାଟରୁ  କୁନ୍ଦନଦେଇପୁରର ଘାଟକୁ ଯାଉଥିବା ବେଳେ ପୁରନ୍ତା ବ୍ରାହ୍ଣଣୀ ନଦୀ ମଝିରେ ହୁଲି ଡଙ୍ଗାଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ଡଙ୍ଗାରେ ୯ ଜଣ ଥିବା ବେଳେ ୫ ଜଣ ପହଁରି ପହଁରି କୁଳକୁ ଫେରି ଆସିଥିଲେ। ଅନ୍ୟ ୪ ଜଣ ନିଖୋଜ ହୋଇଯାଇଥିଲେ। ଏପଟେ ରାଜ୍ୟରେ ବିପଦପୂର୍ଣ୍ଣ ଜଳଯାତ୍ରା ଓ ଦୁର୍ଘଟଣାକୁ ନେଇ ପ୍ରଶ୍ନ ଉଠିଥିବା ବେଳେ ଲୋକେ ନିୟମ ମାନୁ ନଥିବାରୁ ଏଭଳି ଦୁର୍ଘଟଣା ଘଟିଥିବା ବିଭାଗୀୟ ମନ୍ତ୍ରୀ ସଫେଇ ଦେଇଛନ୍ତି।

You might also like