ସୁବର୍ଣ୍ଣପୁରରେ ୪ କରୋନା ଆକ୍ରାନ୍ତ ଚିହ୍ନଟ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାରେ ଆଉ ୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସୋନପୁର ବ୍ଲକର ୨, ତରଭା ଓ ଡୁଙ୍ଗୁରିପାଲି ବ୍ଲକରୁ ଜଣେ ଲେଖାଏ ଆକ୍ରାନ୍ତ ଅଛନ୍ତି। ଏମାନେ ସମସ୍ତେ କ୍ୱାରେଣ୍ଟାଇନ କେନ୍ଦ୍ରରେ ଥିଲେ। କୋଭିଡ୍‌-୧୯ ପଜିଟିଭ୍‌ ଚିହ୍ନଟ ପରେ ସମସ୍ତଙ୍କୁ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୁବର୍ଣ୍ଣପୁର ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ସେହିଭଳି ଗଞ୍ଜାମ ଜିଲ୍ଲା ପୋଲସରା ଥାନାର ଦୁଇଜଣ ହୋମଗାର୍ଡ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଗଂଜାମ ଏସ୍‌ପି। ଏହି ଦୁଇ ଜଣ ହୋମଗାର୍ଡ ଜଗନ୍ନାଥପୁର ରେଲୱେ ଷ୍ଟେସନ ଓ ଟିଏମ୍‌ସିରେ ନିୟୋଜିତ ଥିଲେ।

ଜଣେ ହୋମଗାର୍ଡଙ୍କୁ ପାରଳା ମହାରାଜା କୋଭିଡ ହସପିଟାଲ ଓ ଅନ୍ୟଜଣଙ୍କୁ ସୀତାପାଲି ସ୍ଥିତ ଟାଟା କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଉଭୟଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ଗଂଜାମ ଏସ୍‌ପି।

ସେହିଭଳି ଆଜି ରାଜ୍ୟରେ ୭୬ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୭୯ ସୁସ୍ଥ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।

 

You might also like