ଗଛରେ ପିଟି ହେଲା ବୋଲେରୋ କ୍ୟାମ୍ପର, ଡ୍ରାଇଭରଙ୍କ ଆଖି ଲାଗି ଯିବାରୁ ଦୁର୍ଘଟଣାଗ୍ରସ୍ତ

ଲମତାପୁଟ(ଜଗତ୍‌ ଜୀବନ): ମାଛକୁଣ୍ଡ ଥାନା ଅନ୍ତର୍ଗତ କାଡ଼ାମ ଖେନ୍ଦା ଛକ ନିକଟରେ ଏକ ବୋଲେରୋ କ୍ୟାମ୍ପର ଗଛରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ୪ଜଣ ଗୁରୁତର ଆହତ ହୋଇଛନ୍ତି। ଆଜି ଭୋର ୪ଟା ସମୟରେ ଏହି ଦୁର୍ଘଟଣା ଘଟିଛି।

ଗୁରୁତରଙ୍କୁ ପ୍ରଥମେ ଲମତାପୁଟ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ସେମାନଙ୍କୁ ବିଶାଖାପାଟଣାକୁ ସ୍ଥାନାନ୍ତର କରାଯାଇଛି। ଆହତ ବ୍ୟକ୍ତିମାନେ ବିଶାଖାପାଟଣାର ଝାଡ଼ପା ଗାଁର ବୋଲି ଜଣାପଡ଼ିଛି। ସେମାନେ ଝାରସୁଗୁଡ଼ାର ଏକ ମାଇନିଂରେ କାମ କରନ୍ତି।

ଗାଁରେ ଆସନ୍ତାକାଲି ପଞ୍ଚାୟତ ନିର୍ବାଚନ ଥିବାରୁ ୯ଜଣ ବ୍ୟକ୍ତି ଏକ ବୋଲେରୋରେ ଝାରସୁଗୁଡ଼ାରୁ  ବିଶାଖାପାଟଣାର ଝାଡ଼ପା ଗାଁକୁ ଯାଉଥିଲେ। ଡ୍ରାଇଭରଙ୍କ ଆଖି ଲାଗି ଯିବାରୁ କାଡ଼ାମ ଛକ ନିକଟରେ ବୋଲେରୋଟି ଗଛରେ ପିଟି ହୋଇଯାଇଥିଲା। ଫଳରେ ୪ଜଣ ଗୁରୁତର ଆହତ ହୋଇଛନ୍ତି।

ସୂଚନାଥାଉ କି, କିଛିଦିନ ତଳେ ବିଶାଖାପାଟଣା ପାଇକରାଓପେଟା NH5 ନିକଟରେ ଓଡ଼ିଆ ଶ୍ରମିକଙ୍କୁ ନେଇ ଯାଉଥିବା ବସ୍ ଜଳିଯାଇଥିଲା। ସର୍ଟସର୍କିଟ ଯୋଗୁ ବସ୍‌ରେ ନିଆଁ ଲାଗିଥିବା ଜଣାପଡ଼ିଛି

You might also like