କରୋନା ଲକ୍‌ଡାଉନ୍‌: ସାଇକେଲ୍‌ରେ ଛତିଶଗଡ଼ରୁ କୋଣାର୍କ ଯାତ୍ରା

ପୁରୀ: କରୋନା ପାଇଁ ଲକ୍‌ଡାଉନରେ ରହିଛି ରାଜ୍ୟ ସମେତ ପୂରା ଦେଶ। ଟ୍ରେନ୍ ଓ ବସ୍ ସେବା ବନ୍ଦ ଥିବାରୁ ଲକ୍‌ଡାଉନରେ ବିଭିନ୍ନ ସ୍ଥାନରେ ଫସିଯାଇଥିବା ଅନେକ ଲୋକ ଘରକୁ ଫେରି ପାରୁନାହାନ୍ତି।

ଏଭଳି ସ୍ଥିତିରେ ସାଇକେଲରେ ଘରକୁ ବାହାରିଥିଲେ ୪ ଯୁବକ। କୋଣାର୍କର ୪ଜଣ ଯୁବକ ଛତିଶଗଡ଼ ରାୟପୁରର ଏକ ପୁଟି କଂପାନୀରେ କାମ କରୁଥିଲେ। କମ୍ପାନୀ ପାଖରୁ ୨ମାସର ଦରମା ମିଳିନଥିବାବେଳେ ପାଖରେ ଟଙ୍କା ସରିଯାଇଥିବାରୁ କଂପାନୀ ଦେଇଥିବା ସାଇକେଲ ଚଢ଼ି ରାୟପୁରରୁ ପୁରୀ ବାହାରିଥିଲେ ୪ ଯୁବକ।

ତିନି ଦିନରେ ସାଇକେଲ ଯାତ୍ରା ପରେ ଏଇ ଯୁବକମାନେ ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁରରେ ପହଞ୍ଚିଛନ୍ତି। ରାସ୍ତାକଡ଼ରେ ଏକ ଗଛତଳେ ବିଶ୍ରାମ ନେଇଥିବାବେଳେ କିଛି ସ୍ୱେଚ୍ଛାସେବୀମାନେ ସେମାନଙ୍କ ଖାଇବା ବ୍ୟବସ୍ଥା କରିଥିଲେ।

 

You might also like