କଟକ ସହରରୁ ଆଉ ୪ କରୋନା ପଜିଟିଭ୍ ଚିହ୍ନଟ
କଟକ: କଟକ ମହାନଗର ନିଗମ ଅଞ୍ଚଳରୁ ଆଉ ୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୪ ଜଣଙ୍କ ମଧ୍ୟରୁ ୨ଜଣ ସରକାରୀ କ୍ୱାରେଣ୍ଟିନ୍ରୁ, ଜଣେ ହୋମ୍ କ୍ୱାରେଣ୍ଟିନ୍ରୁ ଓ ଗୋଟିଏ ଲୋକାଲ କେସ୍ ରହିଛି।
ଆହୁରି ପଢ଼ନ୍ତୁ
ନୂଆ ଆକ୍ରାନ୍ତଙ୍କୁ ମିଶାଇ କଟକ ସହରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୯୫ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୩୪ ଜଣ ସୁସ୍ଥ ହୋଇଛନ୍ତି। ୧୫୪ ଜଣ ଚିକିତ୍ସାଧୀନ ଅଛନ୍ତି ଓ ୭ ଜଣଙ୍କ ମୃତ୍ୟୁ ଘଟିଛି।