• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଭୁବନେଶ୍ୱର: ଓଡ଼ିଶାରେ ଆଉଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରାଯାଇ ସୂଚନା ଦିଆଯାଇଛି। ତେବେ ଏହି ୪ ନୂଆ ଆକ୍ରାନ୍ତ କେଉଁ ଅଞ୍ଚଳର ତାହା ଜଣାପଡିନାହିଁ।

ଏହି ୪ ଜଣଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 48ରେ ପହଞ୍ଚିଛି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ 2ଜଣ ସୁସ୍ଥ ହୋଇଥିବାବେଳେ ଜଣଙ୍କର ମୃତ୍ୟୁ ଘଟିଛି। ତେବେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା 45। ଅର୍ଥାତ ବର୍ତ୍ତମାନ 45 ଜଣ ଚିକିତ୍ସାଧୀନ ଅଛନ୍ତି।

ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁସାରେ, ଗୁରୁବାର ଦିନ ୪୦୮ ଜଣଙ୍କର ନମୁନା ପରୀକ୍ଷା ହୋଇଛି। ସେଥିରୁ ୬ଟି କରୋନା ପଜିଟିଭ ବାହାରି ଥିବାବେଳେ ୪୦୨ଟି ନେଗେଟିଭ୍ ବାହାରିଛି।

ସୂଚନାଥାଉ କି, ଗତକାଲି ଅପରାହ୍ଣରେ ଦୁଇଟି ପଜିଟିଭ ସମ୍ପର୍କିତ ସୂଚନା ଆସିଥିବା ବେଳେ ବିଳମ୍ବିତ ରାତିରେ ଆଉ ୪ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ଖବର ଆସିଛି।

ଗତକାଲି ଅପରାହ୍ଣରେ ଚିହ୍ନଟ ହୋଇଥିବା ଦୁଇ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଜଣଙ୍କ ଘର ଢେଙ୍କାନାଳ ଜିଲ୍ଲାରେ ହୋଇଥିବାବେଳେ ଅନ୍ୟ ଜଣଙ୍କ ଘର ପଶ୍ଚିମବଙ୍ଗ ମେଦିନିପୁର ଅଞ୍ଚଳରେ  ବୋଲି ଜଣାପଡ଼ିଛି।

ଢେଙ୍କାନାଳର ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତ ଜଣଙ୍କ ମହିଳା ବୋଲି ଜଣାପଡ଼ିଛି। ତାଙ୍କ ବୟସ ୫୧ ବର୍ଷ।

ସେହିପରି ପଶ୍ଚିମବଙ୍ଗର ଏହି ଆକ୍ରାନ୍ତ ଜଣକ ମେଦିନିପୁରରୁ ଆମ୍ବୁଲାନ୍ସରେ ଆସି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତାଙ୍କ ବୟସ ୬୯ବର୍ଷ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ କରାଯାଇ  ସୂଚନା ଦିଆଯାଇଛି।

ସୂଚନାଥାଉ କି,  ଓଡ଼ିଶା ସରକାର ଏପ୍ରିଲ ୩୦ ଯାଏ ଲକ୍‌ଡାଉନ୍‌ ଅବଧି ବଢ଼ାଇ ଦେଇଛନ୍ତି। ସମଗ୍ର ଦେଶରେ ପ୍ରଥମ କରି ଓଡ଼ିଶା ସରକାର ଲକ୍‌ଡାଉନ୍‌ ଅବଧିକୁ ବୃଦ୍ଧି କରିଛନ୍ତି।

4-new-corona-postive-cases-in-odisha
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories