ଚିନ୍ତା ବଢ଼ାଇଲା କରୋନା, ଆଉ ୪ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଉ ୪ କରୋନା ପଜିଟିଭ ଚିହ୍ନଟ। ଏମାନେ ସମସ୍ତେ ଯାଜପୁର ଅଞ୍ଚଳର ବୋଲି ସ୍ୱାସ୍ଥ୍ୟ ବିଭାଗ ୱେବସାଇଟ୍‌ରେ ସୂଚନା ଦିଆଯାଇଛି। ତେବେ ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୭ରେ ପହଞ୍ଚିଛି। ସ୍ୱାସ୍ଥ୍ୟ ବିଭାଗ ୱେବସାଇଟର ସୂଚନା ଅନୁସାରେ ଯାଜପୁରରେ ଆଉ ୪ ପଜିଟିଭ୍ ଯାଜପୁରର। ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇଥିବାରୁ ଜିଲ୍ଲାରେ ଆକ୍ଟିଭ କେଶ୍ ୧୧ ବୋଲି ଜଣାପଡ଼ିଛି। ଏମାନଙ୍କ ମଧ୍ୟରୁ ୩ ଜଣ ମହିଳା ଓ ଜଣେ ପୁରୁଷ ଅଛନ୍ତି।

ଆଜି ପଜିଟିଭ୍ ଆସିଥିବା ୪ ଜଣ ଯାକ ପୂର୍ବ ଆକ୍ରାନ୍ତଙ୍କ ସଂପର୍କୀୟ। ଏମାନଙ୍କର ପଶ୍ଚିମବଙ୍ଗ ଫେରନ୍ତା ଲିଙ୍କ ରହିଛି। ନୂଆ ୪ ପଜିଟିଭଙ୍କ ମଧ୍ୟରେ ଜଣେ ୪୮ ବର୍ଷୀୟ ମହିଳା, ୭୦ ବର୍ଷର ମହିଳା, ଜଣେ ୮୦ ବର୍ଷ ମହିଳା ଓ ଜଣେ ୨୧ ବର୍ଷୀୟ ଯୁବକ ଅଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୭ରେ ପହଞ୍ଚିଛି। କୋଲକାତାରୁ ଆସିଥିବା ଲୋକଙ୍କ ଯୋଗୁଁ ଜିଲ୍ଲାରେ ଏବେ କରୋନା ବ୍ୟାପିବାରେ ଲାଗିଛି। ଗତକାଲି ମଧ୍ୟ ଜଣଙ୍କଠାରେ କରୋନା ପଜିଟିଭ୍ ଆସିଥିଲା।

ସେହିପରି ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଭୁବନେଶ୍ୱରର ଆଉ ଜଣେ ଆକ୍ରାନ୍ତ ସୁସ୍ଥ ହୋଇଥିବା ସୂଚନା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୩୩ରେ ପହଞ୍ଚିଛି। କେବଳ ଭୁବନେଶ୍ୱରରେ ୨୨ ଜଣ ସୁସ୍ଥ ହୋଇଛନ୍ତି।

ଆହୁରି ପଢ଼ନ୍ତୁ

ପୋଲିସ ପଞ୍ଝାରେ କଫ୍ ସିରପ୍ ମାଫିଆ ଜଗା, ୧୮ ଶହ ବୋତଲ ଜବତ

କୋରାପୁଟରୁ କଟକ: ପୂରଣ ହେଲା ଆଦିବାସୀ ଝିଅର ସଙ୍ଗୀତ ସ୍ଵପ୍ନ

ଦିନକରେ ସୁସ୍ଥ ହେଲେ ୪୦୧୮ କରୋନା ଆକ୍ରାନ୍ତ

Bhubaneswar Corona News: ଭୁବନେଶ୍ୱରରୁ ୩୨୫ କରୋନା ଆକ୍ରାନ୍ତ ଚିହ୍ନଟ, ୨୧୮ ଲୋକାଲ କେସ୍

ଶ୍ରୀକୃଷ୍ଣଙ୍କ ପ୍ରେମରେ ବାୟା ଋଷିଆନ୍ ଦମ୍ପତି

‘ବିଜେଡିର ବିରୋଧ ପଛରେ ସିବିଆଇ ରେଡ୍’

ବୋହୂର ପିଲାପିଲି ନହେବାରୁ ଶ୍ୱଶୁର ଭିଆଇଲା ଏଭଳି କାଣ୍ଡ

ରାଜ୍ୟରେ କାହିଁକି ବଢ଼ୁଛି କରୋନା ସଂକ୍ରମଣ?

ଡାକ୍ତରଖାନା ଷ୍ଟ୍ରେଚରରେ ରୋଗୀଙ୍କୁ ଶୁଆଇ ସହର ବୁଲିଲେ ସଂପର୍କୀୟ

ରାଜ୍ୟସଭାରେ କୃଷି ବିଲ୍‌କୁ ବିରୋଧ କଲା ବିଜେଡି

ଘର ଭିତରୁ ମିଳିଲା ବାଘର କଟା ମୁଣ୍ଡ, ଛାଲ

‘ଧାର୍ମିକ ଭାବନାକୁ ଆଘାତ ଦେଇ ଫେସବୁକ୍‌ରେ ପୋଷ୍ଟ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ’

You might also like