ବନ୍ଦ ହେଲା ହୀରାକୁଦ ଡ୍ୟାମ୍‌ର ଆଉ ୪ ଗେଟ୍

ସମ୍ବଲପୁର: ହୀରାକୁଦ ଡ୍ୟାମ୍‌ର ଆଉ ୪ଟି ଗେଟ୍‌କୁ ବନ୍ଦ କରି ଦିଆଯାଇଛି। ଫଳରେ ଏବେ ୩୬ଟି ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି ରହିଛି।

ଜଳ ଧାରଣ କ୍ଷମତା ୬୩୦ ଫୁଟ ଥିବାବେଳେ ଏବେ ଜଳ ପତ୍ତନ ୬୨୭.୨୯ ଫୁଟ ରହିିଛି। ପ୍ରତି ସେକେଣ୍ଡରେ ଡ୍ୟାମ୍‌କୁ ୪ ଲକ୍ଷ ୯୪ ହଜାର ୦୯୪ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ୬ ଲକ୍ଷ ୬୫ ହଜାର ୬୨୪ କ୍ୟୁସେକ୍ ଜଳ ନିଷ୍କାସନ ହେଉଛି।

କଟକ ମୁଣ୍ଡଳିରେ ୯ ଲକ୍ଷ ୨୩ ହଜାର ୭୫୦ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି।

You might also like