ରେଡ୍‌ ଜୋନ୍‌ରେ ଆଉ ୪ କରୋନା ଆକ୍ରାନ୍ତ ହେଲେ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଆଉ ୪ କରୋନା ଆକ୍ରାନ୍ତ ହେଲେ ସୁସ୍ଥ। ସୁସ୍ଥ ବ୍ୟକ୍ତିଙ୍କ ମଧ୍ୟରୁ ୩ଜଣ ଭଦ୍ରକର ଓ ଜଣେ ବାଲେଶ୍ୱରର। ବର୍ତ୍ତମାନ ଭଦ୍ରକରେ ୧୯ ଜଣ ସଂକ୍ରମିତ ହୋଇଥିବାବେଳେ ସୁସ୍ଥ ସଂଖ୍ୟା ୧୨ରେ ପହଞ୍ଚିଛି। ସେହିପରି ବାଲେଶ୍ୱରରେ ୨୧ଜଣ ସଂକ୍ରମିତ ହୋଇଥିବାବେଳେ ବର୍ତ୍ତମାନ ସୁଦ୍ଧା ୪ ଜଣ ସୁସ୍ଥ ହୋଇଛନ୍ତି।

ଏହାକୁ ମିଶାଇ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୬୦ରେ ପହଞ୍ଚିଛି। ଏବେବି ରାଜ୍ୟରେ ୧୦୧ଟି ଆକ୍ଟିଭ କେଶ ମଧ୍ୟ ରହିଛି। ସେହିପରି ବାଲେଶ୍ୱରରେ ୧୭ ଓ ଭଦ୍ରକରେ ୭ଟି ଆକ୍ଟିଭ କେଶ୍‌ ରହିଛି। ଏମାନେ ରାଜ୍ୟର ବିଭିନ୍ନ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ରାଜ୍ୟରେ ରେଡ୍‌ ଜୋନ୍‌ରେ ଥିବା ଏହି ୨ଜିଲ୍ଲା ପାଇଁ ଏହା ଏକ ଆଶ୍ୱସ୍ତିକର ଖବର। ପ୍ରକାଶଥାଉକି ଯାଜପୁର, ଭଦ୍ରକ, ବାଲେଶ୍ୱର ସମେତ ଭୁବନେଶ୍ୱରରେ ଅଧିକ ସଂକ୍ରମିତ ଥିବାରୁ ଏସବୁକୁ ରେଡ୍‌ ଜୋନ୍‌ରେ ରଖାଯାଇଛି।

ଆହୁରି ପଢ଼ନ୍ତୁ

ପୋଲିସ ପଞ୍ଝାରେ କଫ୍ ସିରପ୍ ମାଫିଆ ଜଗା, ୧୮ ଶହ ବୋତଲ ଜବତ

କୋରାପୁଟରୁ କଟକ: ପୂରଣ ହେଲା ଆଦିବାସୀ ଝିଅର ସଙ୍ଗୀତ ସ୍ଵପ୍ନ

ଦିନକରେ ସୁସ୍ଥ ହେଲେ ୪୦୧୮ କରୋନା ଆକ୍ରାନ୍ତ

Bhubaneswar Corona News: ଭୁବନେଶ୍ୱରରୁ ୩୨୫ କରୋନା ଆକ୍ରାନ୍ତ ଚିହ୍ନଟ, ୨୧୮ ଲୋକାଲ କେସ୍

ଶ୍ରୀକୃଷ୍ଣଙ୍କ ପ୍ରେମରେ ବାୟା ଋଷିଆନ୍ ଦମ୍ପତି

‘ବିଜେଡିର ବିରୋଧ ପଛରେ ସିବିଆଇ ରେଡ୍’

ବୋହୂର ପିଲାପିଲି ନହେବାରୁ ଶ୍ୱଶୁର ଭିଆଇଲା ଏଭଳି କାଣ୍ଡ

ରାଜ୍ୟରେ କାହିଁକି ବଢ଼ୁଛି କରୋନା ସଂକ୍ରମଣ?

ଡାକ୍ତରଖାନା ଷ୍ଟ୍ରେଚରରେ ରୋଗୀଙ୍କୁ ଶୁଆଇ ସହର ବୁଲିଲେ ସଂପର୍କୀୟ

ରାଜ୍ୟସଭାରେ କୃଷି ବିଲ୍‌କୁ ବିରୋଧ କଲା ବିଜେଡି

ଘର ଭିତରୁ ମିଳିଲା ବାଘର କଟା ମୁଣ୍ଡ, ଛାଲ

‘ଧାର୍ମିକ ଭାବନାକୁ ଆଘାତ ଦେଇ ଫେସବୁକ୍‌ରେ ପୋଷ୍ଟ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ’

You might also like