ଖୋଲିଲା ହୀରାକୁଦର ଆଉ ୪ ଗେଟ୍

ସମ୍ବଲପୁର: ପୁଣି ଖୋଲିଲା ହୀରାକୁଦର ଆଉ ୪ ଗେଟ୍‌। ଏହାକୁ ମିଶାଇ ଏବେ ହୀରାକୁଦ ଡ୍ୟାମ୍‌ର ୪୦ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି। ଏହା ପୂର୍ବରୁ ୪ଟି ଗେଟ୍‌ ଖୋଲାଯାଇଥିଲା। ଆଜି ସକାଳେ ୨୦ଟି ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି ରହିଥିଲା। ଏହାପରେ ଆଉ ୪ଟି ଗେଟ୍‌ ଖୋଲା ଯାଇଥିଲା। ଫଳରେ ୨୪ଟି ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି ରହିଥିଲା।

ଏହାପରେ ୩ ଥରରେ ୧୨ଟି ଗେଟ୍‌ ଖୋଲା ହୋଇଛି। ବର୍ତ୍ତମାନ ୪୦ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି। ତେବେ ହୀରାକୁଦରୁ ଛଡାଯାଉଥିବା ବନ୍ୟା ଜଳ ମୁଣ୍ଡଳିକୁ ପହଞ୍ଚିବା ପାଇଁ ୩୬ ଘଣ୍ଟା ଲାଗିଥାଏ। ହୀରାକୁଦରୁ ୧୧୫ କିଲୋମିଟର ଦୂରରେ ରହିଛି ଖଇରମାଲ। ଏଠାରେ ହୀରାକୁଦ ଜଳ ପହଞ୍ଚିବା ପାଇଁ ଲାଗିଥାଏ ୧୨ରୁ ୧୮ ଘଣ୍ଟା।

ଖଇରମାଳରୁ ବରମୂଳ ୧୦୬ କିମି ଦୂରତାକୁ ୧୨ରୁ ୧୬ ଘଣ୍ଟା ଏବଂ ବରମୂଳରୁ ମୁଣ୍ଡଳିରେ ପାଣି ପହଞ୍ଚିବାକୁ ୧୨ରୁ ୧୬ ଘଣ୍ଟା ଲାଗିଥାଏ।

ରାଜ୍ୟରେ ବନ୍ୟା ସ୍ଥିତି ସମ୍ପର୍କରେ ସୂଚନା ଦେଇ ମହାନଦୀ ଅବହାହିକାରେ ମଧ୍ୟମ ଧରଣର ବନ୍ୟା ସମ୍ଭାବନା ଥିବା ସ୍ୱତନ୍ତ୍ର ରିଲିଫ୍‌ କମିଶନର(SRC) କହିଛନ୍ତି।

ମହାନଦୀର ମୁଣ୍ଡଳି ଠାରେ ଏବେ ସାଢ଼େ ୭ ଲକ୍ଷ କ୍ୟୁସେକ୍‌ ଜଳ ପ୍ରବାହିତ ହେଉଛି। ହୀରାକୁଦରେ ସାଢ଼େ ୫ ଲକ୍ଷ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ୩ ଲକ୍ଷ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି। ଇବ୍ ଏବଂ ଭେଡେନ୍ ନଦୀରୁ ବହୁ ପରିମାଣର ଜଳ ହୀରାକୁଦକୁ ପ୍ରବେଶ କରୁଛି।

ଏବେ ହୀରାକୁଦ ଡ୍ୟାମ୍‌ର ୨୦ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ହେଉଛି। ଏହି ଜଳ ମୁଣ୍ଡଳିରେ ପହଞ୍ଚିଲା ବେଳକୁ ୮ ଲକ୍ଷ କ୍ୟୁସେକ୍‌ ଜଳ ପ୍ରବାହିତ ହେବ। ତେଣୁ ମହାନଦୀର ତଳ ମୁଣ୍ଡରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ରହିଥିବା SRC କହିଛନ୍ତି। ଫଳରେ ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ, କଟକ ଜିଲ୍ଲା ପ୍ରଭାବିତ ଆଶଙ୍କା ଥିବାରୁ ଏସବୁ ଜିଲ୍ଲା ପ୍ରଶାସନକୁ ସତର୍କ ରହିବାକୁ କୁହାଯାଇଛି। ସେହିପରି ନୟାଗଡ଼ ଏବଂ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନକୁ ମଧ୍ୟ ଆଲର୍ଟ କରାଯାଇଥିବା SRC ସୂଚନା ଦେଇଛନ୍ତି।

You might also like