ଆଉ ୪ କରୋନା ପଜିଟିଭ ଚିହ୍ନଟ, ଅଭିଯୁକ୍ତଙ୍କୁ କରୋନା ପରେ ବଢିଲା ଚିନ୍ତା

ଭୁବନେଶ୍ୱର: ଆଉ ୪ କରୋନା ପଜିଟିଭ ଚିହ୍ନଟ। ରାଜ୍ୟରେ ଆଉ ୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନେ ସମସ୍ତେ ପୁରୀ ଜିଲ୍ଲାର। ଏନେଇ ପୁରୀ ଜିଲ୍ଲାପାଳ ବଲଓ୍ୱନ୍ତ ସିଂହଙ୍କ ସୂଚନା ଦେଇଛନ୍ତି। ପୁରୀ ସହରରୁ ୨, କୋଣାର୍କ ଓ ପିପିଲିରୁ ଜଣେ ଲେଖାଏଁ ଚିହ୍ନଟ। ଆକ୍ରାନ୍ତ ୪ ଜଣଙ୍କ ମଧ୍ୟରୁ ୩ ଜଣ କ୍ୱାରେଣ୍ଟିନ୍‌ରେ ଥିଲେ।

ଅନ୍ୟ ଆକ୍ରାନ୍ତ ଜଣଙ୍କ କୁମ୍ଭାରପଡ଼ା ପୋଲିସ ଦ୍ୱାରା ଗିରଫ ଅଭିଯୁକ୍ତ। ଅଭିଯୁକ୍ତଙ୍କ ଘର ନରେନ୍ଦ୍ର ପୁଷ୍କରିଣୀ ଅଞ୍ଚଳରେ ତାହା କଣ୍ଟେନମେଣ୍ଟ ହେବ ବୋଲି ସୂଚନା ମିଳିଛି। ତେବେ ଅଭିଯୁକ୍ତ ଜଣଙ୍କ କରୋନାରେ ଆକ୍ରାନ୍ତ ହେବା ପରେ ସମଗ୍ର ଜିଲ୍ଲା ପାଇଁ ଚିନ୍ତା ବଢାଇଛି। ସମ୍ପୃକ୍ତ ଅଭିଯୁକ୍ତ ତଥା ଆକ୍ରାନ୍ତ ଜଣକ କୁମ୍ଭାରପଡା ପୋଲିସ ଦ୍ୱାରା ଗିରଫ ହୋଇଥିଲେ।

ଥାନା ଅଧିକାରୀଙ୍କ ସମେତ ୩୦ କର୍ମଚାରୀଙ୍କୁ ମଧ୍ୟ କ୍ୱାରେଣ୍ଟିନରେ ରହିବାକୁ  ଏସପି କହିଛନ୍ତି। ଜଣେ ଗିରଫ ଅଭିଯୁକ୍ତଙ୍କ ନମୁନା କରୋନା ପଜିଟିଭ ଆସିବା ପରେ ଥାନା IICଙ୍କ ସହ ୩୦ କର୍ମଚାରୀଙ୍କୁ କ୍ୱାରେଣ୍ଟିନରେ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି। କୁମ୍ଭାରପଡ଼ା ଥାନା ପରିସରକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସାନିଟାଇଜ କରାଯାଇଛି। ରାଜ୍ୟ ସରକାରଙ୍କ ଗାଇଡ଼ଲାଇନ ଅନୁସାରେ ଥାନାର ୩୦ କର୍ମଚାରୀଙ୍କ କୋଭିଡ୍ ଟେଷ୍ଟ ହେବ।

ଏହାକୁ ମିଶାଇ ପୁରୀରେ ୨୯ ଜଣ ଚିହ୍ନଟ ହେଲେଣି। ଜଣେ ସୁସ୍ଥ ହୋଇଛନ୍ତି। ଆଉ ୨୮ଟି ଆକ୍ଟିଭ କେଶ ରହିଛି। ଆଜି ଦିନକରେ ୯୭ ପଜିଟିଭ ଚିହ୍ନଟ ହେଲେଣି। ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮୩୪କୁ ବୃଦ୍ଧି ପାଇଛି। ୬୧୦ ଆକ୍ଟିଭ କେଶ ରହିଛି ଓ ୪ ଜଣଙ୍କ ମୃତ୍ୟୁ ହୋଇଛି।

 

ଆହୁରି ପଢ଼ନ୍ତୁ

ବିଜେଡିରେ କେଁ: ଇସ୍ତଫା ଦେଉ ଦେଉ ଦଳରୁ ବିଦା ହେଲେ ଯୁବ ନେତା

Odisha Plus 3 Admissions: ପ୍ରକାଶ ପାଇଲା ପ୍ରଥମ କଟ୍ ଅଫ୍ ମାର୍କ

ଦିନକରେ ୧୬ କରୋନା ରୋଗୀଙ୍କ ମୃତ୍ୟୁ, ଓଡ଼ିଶାରେ ୮୦୦ ଟପିଲା ମୃତ୍ୟୁ ସଂଖ୍ୟା

ଦିନକରେ ଓଡ଼ିଶାରେ ୩,୨୩୫ କରୋନା ଆକ୍ରାନ୍ତ‌ ଚିହ୍ନଟ

ପ୍ରତି ୧୫ ଦିନରେ କୋଭିଡ୍ ହସ୍ପିଟାଲ୍‌ରେ ହେବ ଫାୟାର ସେଫ୍ଟି ଅଡିଟ୍

ଆଗ ଭୁଲ୍ କଲା,‌ ପରେ କ୍ଷମା ମାଗିଲା: ସମ୍ବଲପୁର ପଶ୍ଚିମବଙ୍ଗରେ ବୋଲି କହିଲା Amazon

Plus III Admission: ଆଜି ପ୍ରକାଶ ପାଇବ ପ୍ରଥମ ମେରିଟ୍ ଲିଷ୍ଟ

ତାପଙ୍ଗର ହାତିଆ ମୁଣ୍ଡିଆ ନିଷିଦ୍ଧାଞ୍ଚଳ ଘୋଷିତ

କରୋନା ନେଇଗଲା କୋଭିଡ୍ ଯୋଦ୍ଧାଙ୍କ ଜୀବନ

ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ଦାଶଙ୍କୁ ଭାରତର ସର୍ବୋଚ୍ଚ ବିଜ୍ଞାନ ପୁରସ୍କାର

ଗାଈଗୋରୁଙ୍କ ଜୀବନ ରକ୍ଷା ପାଇଁ ଅଭିନବ ପ୍ରୟାସ

ବିଧାନସଭା ଅଧିବେଶନ ପୂର୍ବରୁ ଆସିଲା କରୋନା ଟେଷ୍ଟ ରିପୋର୍ଟ, ୧୩୬ ଜଣଙ୍କ ରିପୋର୍ଟ ପଜିଟିଭ୍

You might also like