ନଦୀରେ ଭାସିଗଲେ ୪ ନାବାଳିକା

ନୟାଗଡ଼: ଖୁଦୁରୁକୁଣୀ ପୂଜା ପାଇଁ ନଈରେ ଗାଧୋଇବା ହେଲା କାଳ।  ବନ୍ୟା ଜଳରେ ଭାସି ଗଲେ ୪ ନାବାଳିକା। ଏଭଳି ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଟାକରା ପଞ୍ଚାୟତ ବୁରୁ ସାହିରେ।

ଖୁଦୁରୁକୁଣୀ ପୂଜା ପାଇଁ ୪ ଜଣ ନାବାଳିକା ନିକଟସ୍ଥ ବୃତଙ୍ଗ ନଦୀରେ ଗାଧୋଉ ଥିଲେ। କିନ୍ତୁ ନଦୀର ସ୍ରୋତ ଏତେ ପ୍ରଖର ଥିବା ସେମାନଙ୍କୁ ଅଜଣା ଥିଲା। ଜଳ ସ୍ରୋତରେ ସେମାନେ ଭାସିଯାଇଥିଲେ।ତେବେ ଖବର ପାଇ ସ୍ଥାନୀୟ ଲୋକେ ଏବଂ ଦଶପଲ୍ଲା ଅଗ୍ନିଶମ କର୍ମଚାରୀମାନେ ନଦୀରୁ ୩ ଜଣ ବାଳିକାଙ୍କୁ ଉଦ୍ଧାର କରିବାକୁ ସକ୍ଷମ ହୋଇପାରିଥିଲେ।

ମାତ୍ର ଜଣେ ବାଳିକାଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତା ବାଳିକା ଜଣକ ହେଲେ ୧୩ ବର୍ଷୀୟା ଶ୍ରଦ୍ଧାଞ୍ଜଳି ମାଝୀ। ମୃତାଙ୍କ ଶବକୁ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆ ଯାଇଛି। ନଦୀରେ ବନ୍ୟାଜଳ ପ୍ରବାହିତ ହେଉ ଥିବାରୁ ନଦୀ ମଧ୍ୟକୁ କେହି ନ ଯିବାକୁ ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି।

You might also like