ସୁନ୍ଦରୀ ଅନୁଧ୍ୟାନ

ସାତକୋଶିଅାରେ ଓ୍ୱାଇଲ୍ଡ ଲାଇଫ୍ ଇନ୍‌ଷ୍ଟିଚ୍ୟୁଟର ୪ ଜଣିଅା ଟିମ୍

ଅନୁଗୁଳ : ସାତକୋଶିଅାରେ ଓ୍ୱାଇଲ୍ଡ ଲାଇଫ୍ ଇନ୍‌ଷ୍ଟିଚ୍ୟୁଟର ୪ ଜଣିଅା ଟିମ୍। ଏହି ଟିମ୍ ବାଘୁଣୀ ସୁନ୍ଦରୀର ଗତିବିଧି ଉପରେ ନଜର ରଖିବ। ଜଙ୍ଗଲରେ ସୁନ୍ଦରୀ କିପରି ବ୍ୟବହାର କରୁଛି ? ତାର ଗତିବିଧି କଣ ରହିଛି ତାକୁ ଅନୁଧ୍ୟାନ କରିବ ଟିମ୍ । ଯଦି ସୁନ୍ଦରୀର ବ୍ୟବହାର ଉଗ୍ର ରହେ, ତେବେ ସୁନ୍ଦରୀକୁ ଘଞ୍ଚ ଜଙ୍ଗଲକୁ ଛଡ଼ା ଯିବାକୁ ଯୋଜନା ପ୍ରସ୍ତୁତ ହୋଇଥିବା ସୂଚନା ଦେଇଛନ୍ତି ଅତିରିକ୍ତ ପିସିସିଏଫ୍ ସୁଦର୍ଶନ ପଣ୍ଡା।

ସୁନ୍ଦରୀକୁ କାବୁ କରିବା ପାଇଁ ଅତ୍ୟାଧୁନିକ ଶୈଳୀକୁ ବ୍ୟବହାର କରାଯିବ । ହେଲେ ବର୍ତ୍ତମାନ ସୁନ୍ଦରୀ ଅାଠମଲ୍ଲିକ ଅଞ୍ଚଳରେ ରହିଛି । ଅନୁଧ୍ୟାନକାରୀ ଟିମ୍‌ର ତଥ୍ୟ ଅନୁସାରେ ସୁନ୍ଦରୀର ଗତିବିଧିରେ କୌଣସି ଅସ୍ୱାଭାବିକ ପରିଲକ୍ଷିତ ହୋଇନାହିଁ ।

You might also like