କଟକ ସହରର ୪ଟି ପରିବା ବଜାରର ସ୍ଥାନାନ୍ତରଣ

କଟକ: କଟକ ସହରର ୪ଟି ପରିବା ବଜାରର ସ୍ଥାନାନ୍ତରଣ କରିଛି କମିଶନରେଟ ପୋଲିସ୍। ନୟାସଡ଼କରେ ବସୁଥିବା ବଜାର ଶିଶୁଭବନ ସାମ୍ନା ରିଙ୍ଗ୍‌ରୋଡକୁ ସ୍ଥାନାନ୍ତର କରାଯାଇଛି। ସେହିଭଳି କୃଷକ ବଜାରର ପରିବା ମାର୍କେଟ ଅଶ୍ୱିନୀ ହସ୍ପିପିଟାଲ ନିକଟ୍ ୪ ଲେନ୍‌କୁ ସ୍ଥାନାନ୍ତର କରାଯାଇଛି। ବାଲୁବଜାରର ଅନ୍ୟ ଦୋକାନୀମାନେ ଏବେ ଜଣେ ଜଣଙ୍କଠାରୁ ୧୨ ଫୁଟ୍ ବ୍ୟବଧାନରେ ବସିବେ।

ଏଥିସହିତ ନୂଆବଜାର ପରିବା ବଜାର TOP ନିକଟ ପଡ଼ିଆକୁ ସ୍ଥାନାନ୍ତର କରାଯାଇଛି। ଛତ୍ରବଜାର ପରିବା ବଜାର ଖାନନଗର ନିକଟ ୨ଟି ଖୋଲା ପଡ଼ିଆକୁ ନିକଟକୁ ଉଠାଇ ନିଆଯାଇଛି। ସେହିପରି ଛତ୍ରବଜାରର ଅନ୍ୟ ସମସ୍ତ ଦୋକାନ ଯେଉଁଠି ରହିଛି ସେଇଠି ଖୋଲା ରହିବ। ଏହା ବ୍ୟତୀତ ଅନ୍ୟ ପରିବା ଦୋକାନୀମାନେ ନିକଟସ୍ଥ ପଡ଼ିଆରେ ବସିବେ।

You might also like