ଦୁଷ୍କର୍ମ ମାମଲାରେ ୪ ଜଣଙ୍କୁ ୨୦ ବର୍ଷ ଜେଲ୍‌

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁରରେ ୨୦୧୩ ମସିହାରେ ହୋଇଥିବା ଏକ ଦୁଷ୍କର୍ମ ମାମଲାରେ ଜଣେ ଅଟୋ ଚାଳକଙ୍କ ସମେତ ୪ ଜଣଙ୍କୁ କାରାଦଣ୍ଡ ହୋଇଛି।

ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଛତ୍ରପୁର ଅତିରିକ୍ତ ଜିଲ୍ଲା ଜଜ୍ ଶିଖାରାଣୀ ରଥ ୪ ଜଣଙ୍କୁ ୨୦ ବର୍ଷ ଜେଲ୍ ଦଣ୍ଡ ସହ ୩୦ ହଜାର ଟଙ୍କା ଲେଖାଏ ଜରିମାନା ଆଦେଶ ଦେଇଛନ୍ତି।

୨୦୧୩ ମସିହାରେ ପୁରୁଷୋତ୍ତମପୁରର ଜଣେ ବିଧବା ମହିଳାଙ୍କୁ ତାରାତାରିଣୀ ମନ୍ଦିର ନେବା ବାହାନାରେ ଅଟୋ ଚାଳକ ଜଣକ ଡାକିଥିଲା। ସେଠାରେ ଥିବା ତାର ୩ ଜଣ ସାଙ୍ଗ ମହିଳାଙ୍କ ସହ ଦୁଷ୍କର୍ମ କରିଥିଲେ। ତେବେ ଅଟୋ ଚାଳକ ଜଣକ ନିଜେ ଦୁଷ୍କର୍ମ କରିନଥିଲେ ବି ଏହି ଯୋଜନାରେ ସଂପୃକ୍ତ ଥିଲା।

You might also like