ଭୁବନେଶ୍ୱର: ଶିବଙ୍କୁ ସନ୍ତୁଷ୍ଟ କରିବାକୁ କାଉଡିଆ ହୋଇ ଆସିଥିଲେ, ହେଲେ ତାପୂର୍ବରୁ ଶବ ପାଲଟି ଗଲେ। ରାତି ଅନ୍ଧାରରେ ଜୀବନ ନେଇଗଲା ଲୌହ ଦାନବ। ଟ୍ରେନ୍ ଧକ୍କାରେ ଗୋଟିଏ ପରିବାରର ଚାରି ଚାରି ଜଣ ସଦସ୍ୟଙ୍କ ମୃତ୍ୟୁରେ ହତବାକ୍ ହୋଇଯାଇଛି ରାଉରକେଲା। ବେଦବ୍ୟାସ ପୀଠରେ ଜଳ ଲାଗି ପାଇଁ ରାୟପୁର ଭିଲାଇରୁ ଆସିଥିଲେ ଗୋଟିଏ ପରିବାରର ୭ ଜଣ ସଦସ୍ୟ। ପାନପୋଷ ଷ୍ଟେସନରୁ ଓହ୍ଲାଇ ବ୍ରାହ୍ମଣୀ ରେଲୱେ ବ୍ରିଜ୍ରେ ଚାଲି ଚାଲି ଯାଉଥିବା ବେଳେ ହଠାତ୍ ସାମ୍ନା ପଟୁ ଏକ ଟ୍ରେନ୍ ମାଡ଼ି ଆସିଥିଲା।(image)
ଜୀବନ ବିକଳରେ ତିନି ଜଣ ବ୍ରିଜ୍ର ରେଲିଂକୁ ଜାବୁଡ଼ି ଧରି ପକାଇବାରୁ ନିଶ୍ଚିତ ମରଣରୁ ରକ୍ଷା ପାଇଯାଇଥିଲେ। ହେଲେ ଅନ୍ୟ ତିନି ଜଣ ଯଥାକ୍ରମେ ନୀଳେଶ ଯାଦବ, ତାଙ୍କ ପତ୍ନୀ ଯମୁନା ଓ ପୁଅ ଲକି ଖଣ୍ଡ ଖଣ୍ଡ ହୋଇ ଯାଇଥିଲେ। ଆଉ ବ୍ରହ୍ମଣୀ ନଦୀକୁ ଖସି ପଡିଥିବା ଅନ୍ୟ ଜଣେ ସମ୍ପର୍କୀୟ ରାମ ଭରୁସଙ୍କ ମୃତଦେହକୁ ବହୁ ଖୋଜାଖୋଜି ପରେ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ। ମୃତକମାନେ ଯାଜପୁର ଅଞ୍ଚଳରେ ରହି ଶାଢ଼ୀ ବ୍ୟବସାୟ କରୁଥିଲେ। ଖବର ପାଇ ସେମାନଙ୍କ ସମ୍ପର୍କୀୟ ପହଞ୍ଚିଛନ୍ତି। ମୃତଦେହ ବ୍ୟବଚ୍ଛେଦ ପରେ ସେମାନଙ୍କୁ ହସ୍ତାନ୍ତର କରାଯାଇଛି। ଏତିକିରେ ଥମିନି ଅଘଟଣ। ଭୁବନେଶ୍ୱର କୁଆଖାଇ ବ୍ରିଜ୍ରେ ବାଇକ୍ ଧକ୍କାରେ ଜଣେ କାଉଡିଆଙ୍କ ମୃତ୍ୟୁ ଘଟିଥିବାବେଳେ, କପିଳାସରେ ପାହାଚରୁ ଖସିପଡ଼ି ଜଣେ କାଉଡ଼ିଆଙ୍କ ଜୀବନ ଯାଇଛି । ଜଗତସିଂହପୁର ଝୁଲାବାବା ମଠ ପାଖ ମହାନଦୀ ଘାଟରୁ ପାଣି ଉଠାଇବାବେଳେ ନିଖୋଜ ୨ଜଣ କାଉଡିଆଙ୍କ ମଧ୍ୟରୁ ଏବେ ବି ଜଣେ ନିଖୋଜ ଅଛନ୍ତି।
ଗତ କିଛି ବର୍ଷ ହେଲା ଶ୍ରାବଣ ମାସରେ କାଉଡିଆଙ୍କୁ ନେଇ ଘଟୁଛି ଅନେକ ଛୋଟବଡ଼ ଦୁର୍ଘଟଣା। ପ୍ରଶ୍ନ ଉଠୁଛି, ଦିନକୁ ଦିନ କାଉଡ଼ିଆଙ୍କ ସଂଖ୍ୟା ଯେଉଁଭଳି ବଢ଼ି ଚାଲିଛି ସେମାନଙ୍କ ସୁରକ୍ଷିତ ଯାତ୍ରା ପାଇଁ କୌଣସି ବ୍ୟବସ୍ଥା ହେଉନି କାହିଁକି ? ଶ୍ରାବଣ ମାସର ଅଧିକାଂଶ ଦିନ କଟକ, ଭୁବନେଶ୍ୱର, ପୁରୀ, କପିଳାସ ଓ ଆରଡ଼ି ରାସ୍ତା ଯେଉଁଭଳି କାଉଡିଆମୟ ହୋଇଯାଉଛି, ସେ ଦିଗରେ ପ୍ରଶାସନ କି ପୁଲିସ କେହି ନିଘା ରଖୁନାହାନ୍ତି କାହିଁକି ?
Published By: Odishatv Bureau
Last updated: 13 August 2018, 02:24 PM IST
ଦିନ ପାଖେଇ ଆସୁଥିବା ବେଳେ, ମନ୍ଦିରର ପ୍ରଥମ ମହଲାକୁ ଚୂଡ଼ାନ୍ତ ରୂପ ଦେବା ପାଇଁ ନିୟୋଜିତ ବହୁ ସଂଖ୍ୟକ କ୍ରେନ୍ ଓ ଶହ ଶହ କାରିଗର । ତେବେ କେବଳ ରାମ ମନ୍ଦିର ନୁହେଁ, ରାମଙ୍କ ନଗରୀ ବି ପାଉଛି ସମ୍ପୂର୍ଣ୍ଣ ନୂଆ ରୂପ ।