ଗଛରେ ପିଟି ହେଲା ବୋଲେରୋ; ୪ ମୃତ, ଜଣେ ଗୁରୁତର ଆହତ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ୍‌ ତୟାପୁଟ୍‌ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ ବୋଲେରୋ ଗଛରେ ପିଟି ହେବା ଫଳରେ ୪ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଗତକାଲି ରାତିରେ ଏହି ଦୁର୍ଘଟଣା ଘଟିଛି।

ମୃତକ ମାନେ ହେଲେ ଡେଙ୍ଗାଗୁଡ଼ା ଗାଁର ରବି ମାଝି, ପପୁ ମୁଦୁଲି, ନାଭି ମାଝି ଓ ପଣସଗୁଡ଼ାର ନବୀନ ମାଝି। ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ମୁଣ୍ଡାଗାଁର ବୀରୁ କୁମାରଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ, ବୋଲେରୋରେ ଏହି ୫ଜଣ ରାୟଗଡ଼ାରୁ ଚଇତି ମହୋତ୍ସବ ଦେଖି ଡେଙ୍ଗାଗୁଡ଼ାକୁ ଫେରୁଥିଲେ। ତେବେ ରାସ୍ତାରେ ଗାଡିଟି ଭାରସାମ୍ୟ ହରାଇବା ଫଳରେ ଟିକିରା ଥାନା ଅନ୍ତର୍ଗତ କାଶୀପୁର ବ୍ଲକ୍‌ ତୟାପୁଟ୍‌ ନିକଟରେ ଏକ ଗଛରେ ପିଟି ହୋଇ ଯାଇଥିଲା। ଫଳରେ ଦୁର୍ଘଟଣାସ୍ଥଳରେ ୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କ ମୃତ୍ୟୁ ଘଟିଛି।

You might also like