• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ଅନୁଗୁଳ: ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଅନ୍ତର୍ଗତ କତଡ଼ା ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ୱିଙ୍ଗର୍‌ ଭ୍ୟାନ୍‌କୁ ସାମ୍ନା ପଟୁ ଟ୍ରକ୍‌ ଧକ୍କା ଦେବା ଫଳରେ ୪ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୧୦ଜଣ ଆହତ ହୋଇଛନ୍ତି।

ମୃତକ ହେଲେ ବଲାସିଂଘାର ଧରଣୀ ପ୍ରଧାନ ଓ ଅରୁଣ ସାହୁ ଏବଂ ତୁଳସୀପାଲ୍‌ର ଶିବରାମ ସାହୁ। ତେବେ ଆଉ ଜଣେ ମୃତକଙ୍କ ପରିଚୟ ମିଳିପାରି ନାହିଁ। ଗତକାଲି ବିଳମ୍ବିତ ରାତିରେ ଏହି ଦୁଃଖଦ ଘଟଣା ଘଟିଛି।

ଏକ ୱିଙ୍ଗର୍‌ରେ ବଲାସିଂଘାର ୧୪ଜଣ ବ୍ୟକ୍ତି କୋରାପୁଟକୁ ବୁଲାବୁଲି କରିବା ସହ ପିକ୍‌ନିକ୍‌ କରିବାକୁ ଯାଇଥିଲେ। କୋରାପୁଟରୁ ପିକ୍‌ନିକ୍‌ ସାରି ଫେରୁଥିବା ବେଳେ କତଡ଼ା ନିକଟରେ ଟ୍ରକ୍‌ ସହ ସେମାନଙ୍କର ଗାଡ଼ି ମୁହାଁମୁହିଁ ଧକ୍କା ହୋଇଥିଲା। ତେବେ ଟ୍ରକ୍‌ଟି ୱିଙ୍ଗର୍‌କୁ ଧକ୍କା ଦେବା ପରେ ଏକ ପିକ୍‌ଅପ୍‌ ଭ୍ୟାନ୍‌ ସହିତ ମଧ୍ୟ ଧକ୍କା ହୋଇଥିଲା। ଫଳରେ ଘଟଣା ସ୍ଥଳରେ ୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁରୁତର ଦୁଇ ଜଣଙ୍କୁ କଟକ ସ୍ଥାନାନ୍ତର ବେଳେ ଜଣଙ୍କର ମୃତ୍ୟୁ ଘଟିଛି। ପରେ ଆଉ ଦୁଇ ଜଣ ଗୁରୁତରଙ୍କୁ କଟକକୁ ସ୍ଥାନାନ୍ତର କରାଯାଇଛି। ଏବେ ଅନୁଗୁଳରେ ୮ ଜଣ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ଅବସ୍ଥା ସ୍ଥିର ଥିଲେ ମଧ୍ୟ ବିପଦମୁକ୍ତ ନୁହେଁ ବୋଲି ଡାକ୍ତର କହିଛନ୍ତି।

4-killed-10-injured-as-winger-collides-with-truck-near-katada
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories