ବାର୍ହା ଆକ୍ରମଣରେ ୪ ଗୁରୁତର
କଟକ: କଟକ ଆଠଗଡ଼ କନ୍ଦରପୁର ଗାଁରେ ବାର୍ହା ଆକ୍ରମଣରେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଆଜି ସକାଳୁ କିଛି ଲୋକ ନଦୀକୁ ଗାଧୋଇବାକୁ ଯାଉଥିବା ବେଳେ ବାର୍ହା ସେମାନଙ୍କୁ ଗୋଡ଼େଇ ଗୋଡ଼େଇ ଆକ୍ରମଣ କରିଥିଲା। ଆକ୍ରମଣରେ ଗୁରୁତର ଆହତ ହୋଇଥିବା ଲୋକଙ୍କୁ ପ୍ରଥମେ ଆଠଗଡ଼ ଡାକ୍ତରଖାନା ଓ ପରେ କଟକ ସ୍ଥାନାନ୍ତର କରାଯାଇଛି।
ଏହି ଘଟଣା ପରେ ବାର୍ହାଟି ଏବେ ବି ଗାଁରେ ବୁଲୁଥିବାରୁ ସ୍ଥାନୀୟ ଅଂଚଳରେ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ବାର୍ହାକୁ ଘଉଡ଼େଇବାକୁ ଉଦ୍ୟମ କରୁଛି।