ନଦୀପଠାରୁ ମିଳିଲା ମଣିଷ ଖପୁରି
ଜଗତସିଂହପୁର: ନଦୀପଠାରୁ ମିଳିଲା ମଣିଷ ଖପୁରି। ଗୋଟିଏ ନୁହେଁ କି ଦୁଇଟି ନୁହେଁ ଏକାଥରେ ୪ଟି ମଣିଷ ଖପୁରି ନଦୀପଠାରୁ ଜବତ ହୋଇଛି।
ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ କ୍ରିଷ୍ଣାନନ୍ଦପୁର ନୂଆଗାଁ ନିକଟ ପାଇକା ନଦୀପଠାରୁ ପୁଲିସ୍ ଏହି ଖପୁରି ଗୁଡ଼ିକୁ ଜବତ କରିଛି।
ସୂଚନା ଅନୁସାରେ, ଗତକାଲି ନଦୀପଠାରେ ୪ଟି ମଣିଷ ଖପୁରି ପଡ଼ିଥିବା ନେଇ ସ୍ଥାନୀୟ ଲୋକେ ଦେଖିବା ପରେ ଏ ସମ୍ପର୍କରେ ପୁଲିସ୍କୁ ଖବର ଦେଇଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଥିଲା। ଖପୁରି ପଡ଼ିଥିବା ସ୍ଥାନଠାରୁ କିଛି ଦୂରରେ କଳସ, ନଡ଼ିଆ, ସିନ୍ଦୂର ଜବତ ହୋଇଛି।
ଏହି ଘଟଣାକୁ ନେଇ ପୁଲିସ୍ ଜଣଙ୍କୁ ପଚରାଉଚରା କରିଥିଲା। ହେଲେ ତାଙ୍କଠାରୁ ସେଭଳି କିଛି ତଥ୍ୟ ନ ମିଳିବାରୁ ପୁଲିସ୍ ତାଙ୍କୁ ଛାଡ଼ି ଦେଇଥିବା ସୂଚନା ମିଳିଛି। ଏହାସହ ଖପୁରି ଗୁଡ଼ିକୁ ନଦୀ ପଠାରେ ଗାତ ଖୋଳି ପୁଲିସ୍ ପୋତି ଦେଇଥିବା ଜଣାପଡ଼ିଛି।